ଭୁବନେଶ୍ବର: କ୍ୱିକ୍ କ୍ଲିକ ଆଡ ମିଡିଆର ପ୍ରତିଷ୍ଠାତା ବିମଳାନନ୍ଦ ଭୂୟାଁ ଗିରଫ ହୋଇଛନ୍ତି। ୨ କୋଟି ଟଂକା ଠକେଇ ଘଟଣାରେ ଇଓଡବ୍ଲୁ ଗିରଫ କରିଛି। ଅଭିଯୁକ୍ତ ବିମଳାନନ୍ଦ ଭୂୟାଁଙ୍କୁ ଉତ୍ତରପ୍ରଦେଶର ଲକ୍ଷ୍ନୌସ୍ଥିତ ଇନ୍ଦିରାନଗରରୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ସମ୍ବଲପୁରର ବିକାଶ ପୋଦାର ପୂର୍ବରୁ ଏନେଇ ଇଓଡବ୍ଲୁର ଦ୍ୱାରସ୍ଥ ହୋଇଥିଲେ। ସେ ବିଜ୍ଞାପନ ଦେବାକୁ କହି ଏଲଇଡି କିଣିବାକୁ ପ୍ରଲୋଭିତ କରୁଥିଲେ।

Advertisment

ତଦନ୍ତ ପରେ ଜଣାପଡ଼ିଥିଲା ଯେ ଅଭିଯୁକ୍ତ ବିମଳାନନ୍ଦ ଭୂୟାଁ ଓ ତାଙ୍କ ପତ୍ନୀ ରମୀ ଭୂୟା ୨୦୧୭-୧୮ରୁ ବିଭିନ୍ନ ଏଜେନ୍ସିର ବିଜ୍ଞାପନ ଦେବାକୁ କହି ଏଲଇଡି କିଣିବାକୁ ପ୍ରଲୋଭିତ କରିଥିଲେ। ପ୍ରଥମେ ୫୩ଜଣଙ୍କ ଠାରୁ ୧କୋଟି ୨୦ଲକ୍ଷ ଟଙ୍କା ଠକି ନେଇଥିଲେ। ପରେ ସମୁଦାୟ ଶହେ ଜଣଙ୍କ ଠାରୁ ୨କୋଟି ଟଙ୍କା ଠକି ନେଇ ଫେରାର ହୋଇଯାଇଥିଲେ।

ଛତିଶଗଡ଼ର ରାଜଧାନୀ ରାୟପୁରର ଶ୍ୟାମନଗରରେ ହେଡ ଅଫିସ ଥିବା ବେଳେ ଜଗଦଲପୁର ଓ ଭୁବନେଶ୍ୱରର ଜୟଦେବ ବିହାରରେ ବ୍ରାଂଚ ଅଫିସ କରିଥିଲେ। ଖୋର୍ଦ୍ଧା, କୋରାପୁଟ, ନୟାଗଡ଼, ମୟୁରଭଂଜ, ବାଲେଶ୍ୱର, ରାଉରକେଲା, ସମ୍ବଲପୁର ଓ ଗଂଜାମର ଲୋକଙ୍କ ଠାରୁ ଠକେଇ ହୋଇଥିବା ଅଭିଯୋଗ ରହିଛି।