କଟକ : ନିଶ୍ଚିନ୍ତକୋଇଲି ବ୍ଲକ୍ ଫୋଗଳ ପଞ୍ଚାୟତର ଜଗନ୍ନାଥପୁର ଗ୍ରାମର ଦୁଷ୍କର୍ମ ଓ ହତ୍ୟାର ଶିକାର ନାବାଳିକାଙ୍କ ପରିବାରକୁ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ତରଫରୁ ୨ ଲକ୍ଷ ଟଙ୍କାର ପ୍ରାଥମିକ କ୍ଷତିପୂରଣ ରାଶି ପ୍ରଦାନ କରାଯାଇଛି । ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଲା ଓ ଦୋରା ଜଜ୍ ସତ୍ୟ ନାରାୟଣ ମିଶ୍ର ନାବାଳିକାର ବାପାଙ୍କୁ ଏହି ସହାୟତା ରାଶି ଚେକ୍ ଆକାରରେ ପ୍ରଦାନ କରିଛନ୍ତି। ଓଡ଼ିିଶା ଉତ୍ପୀଡନ କ୍ଷତିପୂରଣ ପାଣ୍ଠି ଯୋଜନାରେ ଏହି ସହାୟତା ରାଶି ପ୍ରଦାନ କରାଯାଇଛି। ଏହି ପରିପ୍ରେକ୍ଷୀରେ ଜିଲ୍ଲ୍ା ଆଇନ୍ ସେବା ପ୍ରାଧିକରଣ ଅଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ତାଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇ ଏହି ସହାୟତା ରାଶି ପ୍ରଦାନ ବାବଦରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଏହି ବୈଠକରେ ଜିଲ୍ଲାପାଳ ସୁଶାନ୍ତ ମହାପାତ୍ର, ଡିସିପି ଅଖିଳେଶ୍ୱର ସିଂ, କଟକ ଗ୍ରାମାଞ୍ଚଳ ଏସ୍ପି ମାଧବ ଚନ୍ଦ୍ର ସାହୁ, ପ୍ରଧାନ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ବିକ୍ରମ ପଟ୍ଟନାୟକ, ପବ୍ଲିକ୍ ପ୍ରୋସେକ୍ୟୁଟର କ୍ଷେତ୍ରମୋହନ ବେହେରା, ସରକାରୀ ଓକିଲ ପ୍ରସନ୍ନ କୁମାର ଲେଙ୍କା, ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ରେଜିଷ୍ଟ୍ରାର ବିଭୁ ପ୍ରସାଦ ପଣ୍ଡା, ସଚିବ ଗାର୍ଗୀ ପଟ୍ଟନାୟକ, ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର କଲିମୁଲ୍ଲା, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ମୀନକେତନ ବେହେରା ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଏହି ଅବସରରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ତରଫରୁ ପୀଡିତାଙ୍କ ବାପାଙ୍କୁ ଜିଲ୍ଲା ଜଜ୍ ଶ୍ରୀ ମିଶ୍ର ଆଇନ୍ଗତ ପରାମର୍ଶ ଦେବା ସହ ତାଙ୍କୁ ଧୈଯ୍ୟର୍ର ସହିତ ପରିସ୍ଥିତିର ସମ୍ମୁଖୀନ ହେବାକୁ ପରାମର୍ଶ ଦେଇଥିଲୋ ରାଜ୍ୟରେ ଏହିଭଳି ଘଟଣାରେ ଖୁବ୍ କମ୍ ସମୟ ମଧ୍ୟରେ ତ୍ୱରିତ ସହାୟତା ପ୍ରଦାନ କରାଯିବା ଏହା ଏକ ଉଲ୍ଲେଖନୀୟ ପଦକ୍ଷେପ ବୋଲି ଶ୍ରୀ ମିଶ୍ର ପ୍ରକାଶ କରିଥିଲେ । ପୂର୍ବରୁ ତାଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ୫ଲକ୍ଷ ଟଙ୍କା ସହାୟତା ପ୍ରଦାନ କରାଯାଇଥିଲା।
Advertisment
Sambad is now on WhatsApp
Join and get latest news updates delivered to you via WhatsApp