ବାସୁଦେବପୁର : ବାଇକ୍‌ ଡିକି ଭାଙ୍ଗି ଲୁଟି ନେଲେ ୨ ଲକ୍ଷ

ବାସୁଦେବପୁର : ଭଦ୍ରକ ଜିଲ୍ଲା ବାସୁଦେବପୁର ସହର ନୀଳମଣି ମା‌ର୍କେଟ୍‌ କମ୍ପ୍ଲେକ୍ସ ପରିସରରୁ ଆଜି ସ୍ପଷ୍ଟ ଦିବାଲୋକରେ ଦୁର୍ବୃତ୍ତମାନେ ବାଇକ୍ ଡିକି ଭାଙ୍ଗି ଲକ୍ଷେ ୯୯ ହଜାର ଟଙ୍କା ଲୁଟି ନେଇଛନ୍ତି। ସୂଚନା ମୁତାବକ, ସୋମବାର ସକାଳେ କଶିଆ ସାମୁଦ୍ରିକ ଥାନା ଅନ୍ତର୍ଗତ ଦିନ୍ଦାଚାନ୍ଦି ଗ୍ରାମର ସୁଧୀର ରଞ୍ଜନ ଦାସଙ୍କ ପୁଅ ତାପସ ତାଙ୍କ ନୂଆ କୋଠା ଘରକୁ ରଙ୍ଗ ଦେବା ପାଇଁ ବାସୁଦେବପୁରକୁ ଟଙ୍କା ଉଠାଇବାକୁ ଆସିଥି‌ଲେ। ସହରରେ ଥିବା କୋଅପରେଟିଭ ବ୍ୟାଙ୍କରୁ ସେ ୪୯ ହଜାର ଟଙ୍କା ଉଠାଇବା ପରେ ବାକି ଦେଢ ଲକ୍ଷ ଟଙ୍କା ସ୍ଥାନୀୟ ଷ୍ଟେଟ ବ୍ୟାଙ୍କ ଶାଖାରୁ ଉଠାଇଥିଲେ। ଏହି ଟଙ୍କା (ଲକ୍ଷେ ୯୯ ହଜାର) ସବୁକୁ ତାପସ ନିଜ ବାଇକ୍‌ ଡିକିରେ ରଖି ସହରରେ ଥିବା ନୀଳମଣି ମାର୍କେଟ୍‌ କମ୍ପ୍ଲେକ୍ସକୁ ମିଠା କିଣିବାକୁ ଆସିଥିଲେ। ମାର୍କେଟ୍‌ କମ୍ପ୍ଲେକ୍ସ ସମ୍ମୁଖରେ ଗାଡି ରଖି ମିଠା କିଣିବାବେଳେ ଡିକି ଭାଙ୍ଗି ସମସ୍ତ ଟଙ୍କା ଲୁଟି ନେଇଥିଲେ ଦୁର୍ବୃତ୍ତ।

ସମ୍ବନ୍ଧିତ ଖବର