ରେଢ଼ାଖୋଲ : ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ସହରରୁ ସ୍ଥାନୀୟ ପଣ୍ତକିମାଳ ଗ୍ରାମର ପରମେଶ୍ବର ପ୍ରଧାନଙ୍କ ବାଇକ୍ ଡିକିରୁ ୨ଲକ୍ଷ ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ଶ୍ରୀ ପ୍ରଧାନ ଆଜି ପ୍ରାୟ ୧ ଟାରେ ୪ରି ଲକ୍ଷ ଟଙ୍କା ଭାରତୀୟ ଷ୍ଟେଟ୍ବ୍ୟାଙ୍କ ଶାଖାରୁ ଉଠାଇଥିଲେ। ୨ ଲକ୍ଷ ଟଙ୍କା ପକେଟ୍ରେ ରଖିଥିବାବେଳେ ଅବଶିଷ୍ଟ ୨ ଲକ୍ଷ ଟଙ୍କା ଡିକିରେ ରହିଥିଲେ, ଯାହାକି ଲୁଟ୍ ହୋଇଯାଇଛି।