ଜାଲ୍‌ ବିଲ୍‌ରେ ୨୦ କୋଟି ଜିଏସ୍‌ଟି ଠକେଇ : ରାଉରକେଲାରୁ ମହାରାଷ୍ଟ୍ର, ଗୁଜୁରାଟ ଯାଏ ଲମ୍ବିଛି ଚେର

ରାଉରକେଲା: ନକଲି କମ୍ପାନି ଓ ଏହାର ବିଲ୍ ମାଧ୍ୟମରେ ୨୦ କୋଟିରୁ ଅଧିକ ଟଙ୍କାର ଜିଏସ୍‌ଟି ଠକେଇ ହୋଇଛି। ରାଉରକେଲାରୁ ଗୁଜୁରାଟ ପର୍ଯ୍ୟନ୍ତ ଏହାର ଚେର ଲମ୍ବିଛି। ଏଥିରେ ବହୁ ନିରୀହ ଲୋକ ଶିକାର ହୋଇଛନ୍ତି। ଜିଏସ୍‌ଟି ଆୟୋଗ ଗୁଇନ୍ଦା ୟୁନିଟ୍‌ର ଚଢଉ ପରେଏହି ଠକେଇର ପର୍ଦାଫାସ ହେବା ସହ ଏହାର ମାଷ୍ଟର ମାଇଣ୍ଡ ଓ ଅନେକ ଚେହେରା ପଦାକୁ ଆସିଛି। ରାଉରକେଲା କେନ୍ଦ୍ର ଦ୍ରବ୍ୟ ଓ ସେବା କର (ଜିଏସ୍‌ଟି) ଆୟୋଗର ବରିଷ୍ଠ ଗୁଇନ୍ଦା ଅଧିକାରୀ ଜି.ସି. ବାହୁବଳେନ୍ଦ୍ରଙ୍କ ସୂଚନା ଅନୁସାରେ, ନକଲି କମ୍ପାନୀ ମାଧ୍ୟମରେ ରାଉରକେଲାରେ ଜିଏସ୍‌ଟି ଅର୍ଥ ଲୁଟ୍ ହେଉଥିବା ଗତ ୨୦୧୮ ଜୁନ୍‌ରେ ସୂଚନା ମିଳିଥିଲା। ରାଉରକେଲାରୁ ହିଁ ଜାଲ୍‌ କାରବାରକୁ ନିୟନ୍ତ୍ରଣ ହେଉଥିଲା। ଜାଲ୍‌ ବିଲ୍‌ ପ୍ରସ୍ତୁତ କରି ବିନା ସାମଗ୍ରୀରେ ରାଜ୍ୟ ଓ ରାଜ୍ୟ ବାହାରରୁ ବିଭିନ୍ନ କମ୍ପାନିରୁ ଇନ୍‌ପୁଟ୍‌ ଟ୍ୟାକ୍ସ କ୍ରେଡିଟ୍‌ର ଫାଇଦା ଜାଲ୍‌ ଆକାଉଣ୍ଟରେ ଉଠାଯାଉଥିଲାା। ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ରାଜସ୍ବକୁ ପ୍ରାୟ ବର୍ଷେ ହେଲା ସେମାନେ ଲୁଟ୍ କରି ଆସୁଥିଲେ।

ସମ୍ବନ୍ଧିତ ଖବର