ଘଟଗାଁ: ଆଜି ମା’ ତାରିଣୀଙ୍କ ହୁଣ୍ଡି ଖୋଲାଯାଇ ଗଣତି କରାଯାଇଥିଲା। ଏଥିରେ ୨୦ ଲକ୍ଷ ୪୧ ହଜାର ୧୩୫ଟଙ୍କା, ୬୩ ଗ୍ରାମ ୬୨୦ ମିଲିଗ୍ରାମ ସୁନା, ୨କେଜି ୫୭ଗ୍ରାମ ୯୦୦ ମିଲିଗ୍ରାମ ରୁପା ମିଳିଛି। ମା’ ତାରିଣୀ ମନ୍ଦିର ପରିଚାଳନା ବୋର୍ଡ ସଭାପତି ରାଜେନ୍ଦ୍ର କୁମାର ପଟ୍ଟନାୟକ, ଦେବୋତ୍ତର ନିରୀକ୍ଷକ ତ୍ରିଲୋଚନ ନାୟକ, ପରିଚାଳନା ବୋର୍ଡ ସଦସ୍ୟ ଆନନ୍ଦ ଚନ୍ଦ୍ର ସିଂହ, ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ସଂଜୀବ ମହାପାତ୍ର, ପୁଲିସ କର୍ମଚାରୀ ମଦନ ମୋହନ ପୂର୍ତ୍ତି ପ୍ରମୁଖ ଉପସ୍ଥିତିରେ ମନ୍ଦିର ବେଢା ଭିତର ଓ ବାହାର ଥିବା ୧୨ ଟି ହୁଣ୍ଡି ଖୋଳାଯାଇ ଗଣତି କରାଯାଇଥିଲା। ମନ୍ଦିର ବରିଷ୍ଠ ଆକାଉଣ୍ଟାଣ୍ଟ ଅକ୍ଷୟ କୁମାର ବେହେରା, ସୁପରଭାଇଜର ଅବନୀ ଜେନା, ଶରତ ବେହେରା, ହରେକୃଷ୍ଣ ପଳେଇ, ମହେଶ୍ୱର ଦେହୁରୀ, ମହେଶ୍ୱର ସାହୁ, ରଞ୍ଜନ ସାହୁ, ଅରୁଣ କୁମାର ନାୟକ, ଶ୍ରୀକାନ୍ତ ଦେହୁରୀ, ନବୀନ ମହାନ୍ତ, ଲକ୍ଷ୍ମୀଧର ମହାନ୍ତ, ଦେବଦତ୍ତ ବଳ, ତରଣୀସେନ ରାଉତ, ହରିହର ମହାନ୍ତ ନାରାୟଣ ମୁଖି, ଚନ୍ଦନ ବେହେରା, ଚକ୍ରଧର ନାଏକ, ବିଷ୍ଣୁଚରଣ ନାଏକ, ସନିଆ ମୁଖି, ଷ୍ଟେଟ ବ୍ୟାଙ୍କ କର୍ମଚାରୀ ପ୍ରଭାତ କୁମାର ନାୟକ ଓ ସିପୁନ ସାହୁ ପ୍ରମୁଖ ଉପସ୍ଥିତ ରହି ଗଣତି କରିଥିଲେ।
ମା ତାରିଣୀଙ୍କୁ ହୁଣ୍ଡିରୁ ମିଳିଲା ୨୦ ଲକ୍ଷ, ୬୩ ଗ୍ରାମ ୬୨୦ ମିଲିଗ୍ରାମ ସୁନା
/sambad/media/post_attachments/wp-content/uploads/2022/04/15f6b1e7-52d4-4d4c-a6a0-3c1ac6dba792.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)