ପ୍ରବାସୀଙ୍କୁ ୨ ହଜାର ଟଙ୍କା ଦେବାକୁ ନିର୍ଦେଶ

ଭୁବନେଶ୍ବର : ପ୍ରବାସୀ ଶ୍ରମିକମାନେ ଅସ୍ଥାୟୀ ମେଡିକାଲ କ୍ୟାମ୍ପରେ ସଙ୍ଗରୋଧ ଅବଧି ସମ୍ପୂର୍ଣ୍ଣ କରିବା ପରେ ଘରକୁ ଫେରିବା ପୂର୍ବରୁ ୨ ହଜାର ଟଙ୍କା ପ୍ରୋତ୍ସାହନ ରାଶି ପାଇବେ। ରାଜ୍ୟକୁ ପ୍ରବାସୀମାନେ ନ ଆସିବା ପୂର୍ବରୁ ସରକାର ଏପରି ଘୋଷଣା କରିଥିଲେ। ଏହାରି ଭିତରେ ହଜାର ହଜାର ପ୍ରବାସୀ ସଙ୍ଗରୋଧ ଅବଧି ସାରି ଘରକୁ ଫେରିଲେଣି। କିନ୍ତୁ ସେମାନଙ୍କୁ ଟଙ୍କାଟିଏ ବି ଅର୍ଥ ପ୍ରଦାନ କରାଯାଇନି। ଏ ନେଇ ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ସରକାରଙ୍କ ଚେତା ପଶିଲା। ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିରୁ ଏ ବାବଦରେ ୬୨ କୋଟି ଟଙ୍କା ପ୍ରଦାନ କରିବାକୁ ଆଜି ସ୍ବତନ୍ତ୍ର ରିଲିଫ୍‌ କମିସନର ପ୍ରଦୀପ ଜେନା ସାଧାରଣ ପ୍ରଶାସନ ବିଭାଗ ପ୍ରମୁଖ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି। ପଞ୍ଚାୟତିରାଜ ବିଭାଗକୁ ୬୦ କୋଟି ଏବଂ ଗୃହ ଓ ନଗର ଉନ୍ନୟନ ବିଭାଗକୁ ୨ କୋଟି ଟଙ୍କା ପ୍ରଦାନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।

ସମ୍ବନ୍ଧିତ ଖବର