ନୂଆପଡ଼ା: ନୂଆପଡ଼ା ଜିଲ୍ଲାପାଳ ହେମକାନ୍ତ ସୟଙ୍କ ନାମରେ ନକଲି ଫେସ୍‌ବୁକ୍‌ ଆଇଡି ପ୍ରସ୍ତୁତ କରି ଠକେଇ ହୋଇଛି। କୋମନା ବ୍ଲକ୍‌ର ଜଣେ ସରପଞ୍ଚଙ୍କ ଆକାଉଣ୍ଟରୁ ୨୧,୭୫୦ ଟଙ୍କା କଟି ଯାଇଛି।

Advertisment

ନୂଆପଡା ଜିଲ୍ଲାପାଳ ହେମକାନ୍ତ ସୟଙ୍କ ନାଁରେ କେହି ଜଣେ ନକଲି ଫେସବୁକ ଆଇଡି ଖୋଲିଥିଲା। ମଙ୍ଗଳବାର ସମ୍ପୃକ୍ତ ବ୍ୟକ୍ତି ଏହି ନକଲି ଆଇଡିରୁ କୋମନା ବ୍ଲକ୍‌ର ଜଣେ ସରପଞ୍ଚଙ୍କ ସହ ଚାଟିଂ କରିଥିଲା। ଏହି ସମୟରେ ଜିଲ୍ଲାପାଳଙ୍କ ଆଇଡିରୁ ଚାଟିଂ କରୁଥିବା ବ୍ୟକ୍ତି ତାଙ୍କ ସିଆର୍‌ପିଏଫ୍‌ ବନ୍ଧୁଙ୍କ ନୂଆପଡ଼ା ଜିଲ୍ଲାରୁ ଅନ୍ୟତ୍ର ବଦଳି ହୋଇଛି ଓ ତାଙ୍କର ଘରୋଇ ବ୍ୟବହାର ଉପକରଣ ରିହାତି ଦରରେ ବିକ୍ରି କରିବାକୁ ଚାହୁଁଥିବା କହିଥିଲେ। ଏଥିରେ ସରପଞ୍ଚ ରାଜି ହେବାରୁ ସିଆର୍‌ପିଏଫ୍‌ ଅଧିକାରୀଙ୍କ ନମ୍ବର ଦେଇଥିଲେ। ଉକ୍ତ ନମ୍ବରରେ ସରପଞ୍ଚ ବାର୍ତ୍ତାଲାପ କରିଥିଲେ। ନକଲି ସିଆର୍‌ପିଏଫ୍‌ ଅଧିକାରୀ ଏକ ସ୍କାରନର ଦେଇ ଅଗ୍ରୀମ ଦେବାକୁ କହିଥିଲେ। ଏଥିରେ ସ୍କାନ କରିବାରୁ ସରପଞ୍ଚଙ୍କ ଆକାଉଣ୍ଟରୁ ୨୧ ହଜାର ୭୫୦ ଟଙ୍କା କାଟି ଯାଇଥିଲା। ସମ୍ପୃକ୍ତ ବ୍ୟକ୍ତି ପୁଣି ଥରେ ସ୍କାନ କରିବାକୁ କହିବାରୁ ସରପଞ୍ଚଙ୍କ ସନ୍ଦେହ ହୋଇଥିଲା। ଏନେଇ ସେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଜଣାଇଥିଲେ। ଏନେଇ ଜିଲ୍ଲାପାଳ ଶ୍ରୀ ସୟଙ୍କୁ ପଚାରିବାରୁ, ମୋର ନାଁରେ କେହି ଜଣେ ମିଥ୍ୟା ଫେସ୍‌ବୁକ ଖୋଲି ଠକେଇ କରୁଛି। ଏଥି ପ୍ରତି ସମସ୍ତେ ସାବଧାନ ରହିବାକୁ ପରାମର୍ଶ ଦେିଥିଲେ।