୨୨ ଲକ୍ଷ ଠକି ଦମ୍ପତି ଛୁ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମହିଳା

ରାଉରକେଲା: ବନ୍ଧମୁଣ୍ଡା ‘ଡି’ କ୍ୟାବିନ୍‌ ପିଣ୍ଟୁ ଦଳେଇ ଓ ତାଙ୍କ ପତ୍ନୀ ସୋମା ସ୍ଥାନୀୟ ମହିଳାମାନଙ୍କୁ ଠାରୁ ପ୍ରାୟ ୨୨ ଲକ୍ଷ ଟଙ୍କା ଠକି ଛୁ ମାରିଛନ୍ତି। ନିଜ ଗାଁ ପଶ୍ଚିମବଙ୍ଗ ଚାଲିଯିବା ପରେ ଅନ୍ୟ ତିନି ମହିଳା ଫେରାର ପତି-ପତ୍ନୀଙ୍କ ଘରକୁ ୧୫ ଲକ୍ଷ ଟଙ୍କାରେ ଜଣେ ରେଳ କର୍ମଚାରୀଙ୍କୁ ବିକ୍ରି କରି ଦେଇଛନ୍ତି। ସେହି ଟଙ୍କାକୁ ତିନି ମହିଳା ଭାଗବାଣ୍ଟ କରି ଖାଇ ଦେଇଛନ୍ତି। ଲୁଟ୍‌ର ଶିକାର ଅନ୍ୟ ମହିଳାମାନଙ୍କୁ ଦେଇ ନାହାନ୍ତି। ଫେରାର ପତି-ପତ୍ନୀ ଓ ତିନି ମହିଳାଙ୍କ ଗିରଫ ଦାବିରେ ବିଜେପି ନେତ୍ରୀ ନୂତନ ଦୀପଙ୍କ ନେତୃତ୍ବରେ ମହିଳାମାନେ ଏସ୍‌ପିଙ୍କୁ ଭେଟିଥିଲେ। ଫେରାର ପତି-ପତ୍ନୀ ଓ ସେମାନଙ୍କ ଘର ବିକି ଟଙ୍କା ନେଇଯାଇଥିବା ମହିଳାଙ୍କ ବି‌ରୋଧରେ କାର୍ଯ୍ୟାନୁଷ୍ଠା ନେବାକୁ ଏସ୍‌ପିଙ୍କୁ ନିବେଦନ କରିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ ବନ୍ଧମୁଣ୍ଡା ଡି-କ୍ୟାବିନର ବାସିନ୍ଦା ପିଣ୍ଟୁ ଦଳେଇ ଏବଂ ତାଙ୍କ ପତ୍ନୀ ସୋମା ସ୍ଥାନୀୟ ଅଞ୍ଚଳର କିଛି ମହିଳାଙ୍କ ୫୦ ହଜାରରୁ ଆରମ୍ଭ କରି ଲକ୍ଷେ ଟଙ୍କା ପର୍ଯ୍ୟନ୍ତ ଉଧାର ନେଇଥିଲେ। ଏମିତି ଭାବେ କିଛି ମହିଳାଙ୍କ ଠାରୁ ପାଖାପାଖି ୨୨ ଲକ୍ଷ ଟଙ୍କା ଲୁଟି ନେଇ ଫେରାର ଯାଇଥିଲେ। ରାଜନେତା ଏବଂ ରେଳ କର୍ମଚାରୀମାନେ ଏହାର ଫାଇଦା ଉଠାଇଥିଲେ। ମହିଳାମାନେ କହିଛନ୍ତି ଯେ କିଛି ଦିନ ପୂର୍ବେ ପୀଡ଼ିତା ମହିଳାମାନେ ଟଙ୍କା ଫେରସ୍ତ ପାଇବା ଆଶାରେ ବନ୍ଧମୁଣ୍ଡାର ଡି-ସେକ୍ଟର ବାସିନ୍ଦା ଚନ୍ଦନ ତରାଇ, ସୁପ୍ରିୟା ଦେ, ରବି ଶଙ୍କର ଏବଂ କାଜଲ ସିଂହାଙ୍କୁ ଭେଟିଥିଲେ। ଏହା ପରେ ସୁପ୍ରିୟା ଦେ,ଚନ୍ଦନ ତରାଇ ଏବଂ କାଜଲ ସିଂହା ତିନଜଣ ମିଶି ପିଣ୍ଟୁଙ୍କ ଘରକୁ ଜଣେ ରେଳ କର୍ମଚାରୀଙ୍କୂ ୧୫ ଲକ୍ଷ ଟଙ୍କାରେ ବିକ୍ରି କରିଥିଲେ। କିନ୍ତୁ ଏହି ୧୫ ଲକ୍ଷ ଟଙ୍କାର ଲାଭ ଠକାମିର ଶିକାର ମହିଳାମାନଙ୍କୁ ଦେଇ ନଥିଲେ। ଏସପି ଘଟଣାର ଉଚିତ୍ ତଦନ୍ତ କରିବା ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ବନ୍ଧମୁଣ୍ଡା ପୁଲିସକୁ ନିର୍ଦ୍ଦେଶ ଦେଇଥିବା ମହିଳାମାନେ କହିଛନ୍ତି।

ସମ୍ବନ୍ଧିତ ଖବର