ରାୟଗଡ଼ା: ଏକ ଘରୋଇ ସଂସ୍ଥାର କର୍ମଚାରୀଙ୍କ ଠାରୁ ୨୪ ଲକ୍ଷ ଟଙ୍କା ଲୁଟ୍ ହୋଇଥିବା ରାୟଗଡ଼ା ଥାନାରେ ଅଭିଯୋଗ ହୋଇଛି। ରାୟଗଡ଼ା ସହରର ଏଫ୍ସିଆଇ ଛକରେ ଗତକାଲି ଅପରାହ୍ନ ସମୟରେ ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗରେ କୁହାଯାଇଛି।
ଅଭିଯୋଗକାରୀ ସଂସ୍ଥାର କର୍ମଚାରୀଙ୍କ କହିବା ଅନୁସାରେ ଦୁର୍ବୃତ୍ତମାନେ ମାରଣାସ୍ତ୍ର ଦେଖାଇ ଲୁଟ କରିଥିଲେ। ରାୟଗଡ଼ା ଥାନା ଅଧିକାରୀ ନିହାର ରଂଜନ ପ୍ରଧାନ ଘଟଣାର ତଦନ୍ତ କରୁଛନ୍ତି। ପୁଲିସ କଂପାନିର କିଛି କର୍ମଚାରୀଙ୍କୁ ଥାନାକୁ ନେଇ ପଚରାଉଚରା କରୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/1b75ea64-58be-4f49-9d84-d2adb2b3be98.jpg)