ପୁରୀ: ପୁରୀରୁ ପୁଣି ୨୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କରାଯିବା ସହ ଏହି ମାମଲାରେ ଜଣେ ଅଭିଯୁକ୍ତ ଗିରଫ ହୋଇଥିବାର ଖବର ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, ପୁରୀ ଜିଲ୍ଲା ପିପିଲି ଅଞ୍ଚଳର ବ୍ରାଉନସୁଗାର କିଙ୍ଗପିନ୍ ଭାବେ କୁଖ୍ୟାତ ଦେବୀ ଗଳିର ଜଗା ଓରଫ ଜଗବନ୍ଧୁ ବଇଠାରୁକୁ ପୁଲିସ ଗିରଫ କରିଛି। ତାଠାରୁ ୨୫୫ ଗ୍ରାମ୍ ଓଜନର ବ୍ରାଉନସୁଗାର ଜବତ ହୋଇଛି। ଜବତ ବ୍ରାଉନସୁଗାରର ମୂଲ୍ୟ ୨୫ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି। ପିପିଲି ଏସଡିପିଓ ଅଭିମନ୍ୟୁ ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଚଢ଼ାଉ କରାଯାଇ ଜଗବନ୍ଧୁ ବଇଠାରୁକୁ ଗିରଫ କରାଯାଇଛି।
ସୂଚନାଯୋଗ୍ୟ, ଗତକାଲି ପୁରୀ ସହରର ବାସେଳିସାହି ଥାନା ଅନ୍ତର୍ଗତ ହୁଙ୍କାରେଶ୍ୱର ମନ୍ଦିର ମାତାମଠ ନିକଟରୁ ୧୪୦ ଗ୍ରାମ ବ୍ରାଉନସୁଗାର ଜବତ ହୋଇଥିଲା। ଏହି ଘଟଣାରେ ଜଡ଼ିତ ୫ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ଗିରଫ ଅଭିଯୁକ୍ତମାନେ ହେଲେ ଅନିରୁଦ୍ଧ ଜୟସିଂହ, ରବି ନାଏକ, ବୁଦ୍ଧିଆ ସ୍ବାଇଁ, ଜୟପ୍ରକାଶ ଦାସ ଓ ଦୀପୁରଂଜନ ପ୍ରଧାନ। ଏମାନଙ୍କ ନିକଟରୁ ଏକ ଧଳା ରଙ୍ଗର ବ୍ରଜା କାର୍, ୟାମହା ମୋଟରସାଇକେଲ୍, ୫ଟି ମୋବାଇଲ୍ ଓ ନଗଦ ୫୦ ହଜାର ଟଙ୍କା ଜବତ ହୋଇଥିଲା।
୨୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ: କିଙ୍ଗପିନ୍ ଗିରଫ
/sambad/media/post_attachments/wp-content/uploads/2022/01/Brown-Sugar-Sized-of-Worth-25-Lakhs_Thumbnail.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)