ଭୁବନେଶ୍ବର : ‘ସୁସ୍ଥ ଶିଶୁ ଓ ସୁସ୍ଥ ମାତୃତ୍ବ’ ଲକ୍ଷ୍ୟ ନେଇ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ସମନ୍ବିତ ଶିଶୁ ବିକାଶ ସେବା ପାଇଁ ୨୫୪୮.୩୭ କୋଟି ଟଙ୍କାର ବାର୍ଷିକ କାର୍ଯ୍ୟାନ୍ବୟନ ଯୋଜନାକୁ ମଞ୍ଜୁରୀ ମିଳିଛି। ଲୋକସେବା ଭବନରୁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ କ୍ଷମତାସମ୍ପନ୍ନ କମିଟି ବୈଠକରେ ଏହି ମଞ୍ଜୁରୀ ଦିଆଯାଇଛି।
ରାଜ୍ୟରେ ଥିବା ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ପରବର୍ତ୍ତୀ ଉଚ୍ଚ ସୋପାନକୁ ବିକଶିତ କରିବା ପାଇଁ ଜିଲ୍ଲାୱାରି ଯୋଜନା କରିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ।
ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ କହିଲେ ଯେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଆର୍ଥିକ ସହାୟତାରେ ୩୩୮ ଆଇସିଡିଏସ୍ ପ୍ରକଳ୍ପ ମାଧ୍ୟମରେ ୪ଟି ଯୋଜନା କାର୍ଯ୍ୟକାରୀ ହେଉଛି। ସାମାଜିକ କଲ୍ୟାଣ ନିର୍ଦ୍ଦେଶକ ଅରବିନ୍ଦ ଅଗ୍ରୱାଲ କହିଲେ ଯେ ବର୍ତ୍ତମାନ ଅଙ୍ଗନାବାଡ଼ିରେ ୩୫.୦୮ ଲକ୍ଷ ପିଲା ଉପକୃତ ହେଉଛନ୍ତି।
ବୈଠକରୁ ମିଳିଥିବା ସୂଚନା ଅନୁଯାୟୀ ୨୫୪୮.୩୭ କୋଟି ଟଙ୍କାର କାର୍ଯ୍ୟାନ୍ବୟନ ଯୋଜନା ମଧ୍ୟରୁ ଅଙ୍ଗନବାଡ଼ି ପାଇଁ ୨୩୪୧.୪୩ କୋଟି ଟଙ୍କା, ୧୧ରୁ ୧୪ ବର୍ଷର ଝିଅଙ୍କ ଯତ୍ନ ପାଇଁ ୭.୪୨ କୋଟି ଟଙ୍କା ଏବଂ ପୋଷଣ କାର୍ଯ୍ୟକ୍ରମ ପାଇଁ ୧୯୯.୫୨ କୋଟି ଟଙ୍କା ରହିଛି। ବୈଠକରେ ଉନ୍ନୟନ କମିସନର୍ ପ୍ରଦୀପ କୁମାର ଜେନା, ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଅଶୋକ କୁମାର ମୀନା, ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ ଓ ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳଙ୍କ ସେମତ ବିଭିନ୍ନ ବିଭାଗର ସଚିବ ଓ ବରିଷ୍ଠ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/02/money.jpg)