ଜୟପୁର: ଜୟପୁର ତହସିଲଦାର ଡ.ମୋନାଲିସା ଆଚାର୍ଜୀଙ୍କ ନେତୃତ୍ବରେ  ଗାନ୍ଧୀଛକ, ଭୁତନାଥମନ୍ଦିର, ପାୱାରହାଉସ ଛକ, ରତ୍ନାକରଗୁଡା  ନିକଟରେ ବିନା ରୟଲଟିରେ ଚାଳାଣ ହେଉଥିବା ଗାଡି ଯାଂଚ କରିଥିଲେ ତହସିଲର କର୍ମଚାରୀ। ଏମାନଙ୍କ ହାତରେ ୧୪ଟି ବାଲି ବୋଝେଇ ଟ୍ରାକ୍ଟର, ୨ଟି ଟିପର ଓ ୨ଟି ଟ୍ରକକୁ  ଏମାନେ ଧରିଛନ୍ତି। ଗାଡ଼ିରେ ଚାଳାଣ ହେଉଥିବା କଂଚାମାଲର ରୟଲଟି ନଥିବାରୁ ଧରିବା ସହ  ଏବାବଦରେ ରୟଲଟିଓ ଜରିମାନା ବାବଦକୁ ୨ଲକ୍ଷ ୬୨ହଜାର ୭୬୦ଟଙ୍କା ଟଙ୍କା ଆଦାୟ କରିଛନ୍ତି। ଏହି ଚଢ଼ାଉରେ  ବରିଷ୍ଠ ରାଜସ୍ବ ପରିଦର୍ଶକ ହରିହର ଶତପଥୀ, ଟାଉନ -୧ ରାଜସ୍ବ ନିରୀକ୍ଷକ ସୁରଜ ପଣ୍ଡା, ତିରେନ୍ ଚାଳାନ, ଦିଲ୍ଲୀପ ପ୍ରଧାନ, ଞାନରଂଜନ ବିଶ୍ବାଳ, ଜ୍ୟେତ୍ସ୍ନାରାଣୀ ପାଢ଼ୀ, କୁନିଲତା ନାୟକ , ଏଆରଆଇ ସବିତାରାଣୀ ନାୟକ, ସସ୍ମିତା ରାଉଳ, ଦିପ୍ତୀ ଗିରୀ, ପଦ୍ମା ମୁଦୁଲି, ସରୋଜ ପାଢ଼ୀ ଓ ବାସନ୍ତନି ନାୟକ  ପ୍ରମୁଖ ଭାଗ ନେଇଥିଲେ।