ଭୁବନେଶ୍ବର: ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକରେ ସୋମବାର ଆଗାମୀ ଆର୍ଥିକ ବର୍ଷର ବଜେଟକୁ ଅନୁମୋଦନ କରାଯାଇଛି। ଆଥିକ ବର୍ଷ ୨୦୨୩-୨୪ ଲାଗି ପ୍ରାୟ ୨ ଲକ୍ଷ ୩୦ ହଜାର କୋଟି ଟଙ୍କାର ବଜେଟକୁ ମଂଜୁରୀ ମିଳିଛି। ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏହି ସୂଚନା ଦେଇଛନ୍ତି। ମୁଖ୍ୟ ସଚିବ କହିଛନ୍ତି ଯେ, ମନ୍ତ୍ରି ପରିଷଦ ବୈଠକରେ ୨୦୨୨-୨୩ର ସମୀକ୍ଷା କରାଯାଇଥିଲା। ଆର୍ଥିକ ବର୍ଷ ୨୦୨୩-୨୪ ପାଇଁ ରାଜ୍ୟ ମନ୍ତ୍ରୀ ପରିଷଦ ଅନୁମୋଦନ କରିଛନ୍ତି। ଅନୁମୋଦନ ହୋଇଥିବା ବଜେଟ୍କୁ ଆସନ୍ତା ବିଧାନସଭା ଅଧିବେଶନରେ ଉପସ୍ଥାପନ କରାଯିବ।
ମୁଖ୍ୟ ଶାସନ ସଚିବ କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ୧୫ଟି ଚିଠା ପ୍ରସ୍ତାବକୁ ଅନୁମୋଦନ ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/02/f838bbf8-da65-42b1-a1d8-feb465ff5bd1.jpg)