ପୁରୀ: ଚାକିରି କରାଇ ଦେବା ନାଁରେ ଲକ୍ଷାଧିକ ଟଙ୍କାର ଠକେଇ ହୋଇଥିବା ଅଭିଯୋଗ ହୋଇଛି । ଠକେଇର ଶିକାର ହୋଇଛନ୍ତି ଦୁଇଜଣ ଛାତ୍ର । ପୁରୀ ଚନ୍ଦନପୁର ଅଞ୍ଚଳର ମିଲୁ ମହାପାତ୍ର ଓ ଚନ୍ଦନ ସ୍ବାଇଁଙ୍କ ଠାରୁ ଚାକିରି ଦେବା ପାଇଁ ୩ଲକ୍ଷ ୧୧ହଜାର ଟଙ୍କା ନେଇ ଥିଲେ ସାଗର କୁମାର ବିଷୋୟୀ। ଭୁବନେଶ୍ଵର ବିମାନବନ୍ଦର ଓ ରେଲୱେରେ ଚାକିରି ଦେବା ନାଁରେ ଟଙ୍କା ନେବା ପରେ ବିଭିନ୍ନ ଆଳ ଦେଖାଇ ଲୁଚିବା ଆରମ୍ଭ କରିଥିଲେ। ସାଗର କୁମାର ବିଷୋୟୀଙ୍କ ପ୍ରାଏ କ୍ବଇକି ଆଭିଏସନ ପ୍ରାଇଭେଟ୍ ଲିମିଟେଡ କମ୍ପାନିକୁ ବାରମ୍ବାର ଦୌଡ଼ିବା ପରେ ଜାଲ୍ ନିଯୁକ୍ତି ପତ୍ର ଦେଇ ଆଉ ଧରା ଛୁଆଁ ଦେଇନଥିଲେ ସାଗର ବିଷୋୟୀ। ଠକାମୀର ଶିକାର ହୋଇଥିବା ଜାଣି
ଜାଲ୍ ନିଯୁକ୍ତି ପତ୍ର ଓ ଟଙ୍କା ଦେଇଥିବା ସମସ୍ତ ପ୍ରମାଣ ପତ୍ର ଧରି ଏବେ ଚନ୍ଦ୍ରଶେଖର ଥାନାରେ ଅଭିଯୋଗ କରିଛନ୍ତି ମିଲୁ। କେବଳ ସେତିକି ନୁହେଁ ଅନେକ ଯୁବକ ଓ ଯୁବତୀଙ୍କୁ ଚାକିରି ଦେବା ନାଁରେ ଲକ୍ଷାଧିକ ଟଙ୍କା ଲୁଟି ଥିବା ଅଭିଯୋଗ ହୋଇଛି। ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୁଲିସ୍।
ବିମାନବନ୍ଦର ଓ ରେଳବାଇରେ ଚାକିରି ଦେବାକୁ କହି ୩ ଲକ୍ଷ ଟଙ୍କା ଠକିନେଲେ
/sambad/media/post_attachments/wp-content/uploads/2022/07/e818afec-8a4a-421a-8895-9d5d3a594353.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)