ଭୁବନେଶ୍ବର : ନିର୍ବାଚନ ପ୍ରଚାର ଯେତେ ଜୋରଦାର ହେଉଛି, ରାଜ୍ୟର ବିଭିନ୍ନ ଅଞ୍ଚଳରୁ ପ୍ରତିଦିନ ଲକ୍ଷ ଲକ୍ଷ ଟଙ୍କା ଜବତ ହେଉଛି। ତା’ ସାଙ୍ଗକୁ ବହୁ ପରିମାଣର ଦେଶୀ ବିଦେଶୀ ମଦ। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ତଥ୍ୟ ଅନୁଯାୟୀ ଆଜି ପର୍ଯ୍ୟନ୍ତ ୩ କୋଟି ୧୨ ଲକ୍ଷ ୨୨ ହଜାର ୨୫୦ ଟଙ୍କା ଜବତ ହୋଇଛି। ଫ୍ଲାଇଂ ସ୍କ୍ବାଡ୍ ଓ ପୁଲିସ୍ ମିଳିତ ଭାବେ ଏତେ ପରିମାଣର ଟଙ୍କା ଜବତ କରିଛନ୍ତି। ସେହିପରି ଅବକାରୀ ବିଭାଗ ଓ ପୁଲିସ ବର୍ତମାନ ସୁଦ୍ଧା ଜବତ କରିଛନ୍ତି ୩ କୋଟି ୫୪ ଲକ୍ଷ ୬୧ ହଜାର ୫୨୯ ଟଙ୍କା ମୂଲ୍ୟର ମଦ। ଆଜି ଏ ନେଇ ସୂଚନା ଦେଇଛି ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ)ଙ୍କ କାର୍ଯ୍ୟାଳୟ। ଏହି ସୂଚନା ମୁତାବକ ଆଜି ପର୍ଯ୍ୟନ୍ତ ରାଜ୍ୟରେ ୧୩୪୪୦ଟି ଗିରଫ ବିହୀନ ପରୱାନା କାର୍ଯ୍ୟକାରୀ ହୋଇଛି। ୫୫୭୬୯ଜଣଙ୍କୁ ଆଇପିସି ୧୦୭/୧୧୬ ଧାରାରେ ଅଟକ ରଖାଯାଇଛି। ବିଭିନ୍ନ ଜିଲ୍ଲା ପ୍ରଶାସନ ନିକଟରେ ଜିମା ଦିଆଯାଇଛି ୫୧୯୧ଟି ଲାଇସେନ୍ସପ୍ରାପ୍ତ ବନ୍ଧୁକ। ବର୍ତମାନ ସୁଦ୍ଧା ସର୍ବସାଧାରଣ ସ୍ଥାନରେ ଲାଗିଥିବା ୩୬ ଲକ୍ଷ ୨୫ ହଜାର ୪୫୧ଟି ପୋଷ୍ଟର, ହୋର୍ଡିଂ ଆଦି ହଟାଯାଇଛି। ଏପରି କି ବ୍ୟକ୍ତିଗତ ମାଲିକାନାରେ ଥିବା ୩.୭ ଲକ୍ଷ ହୋର୍ଡିଂ, ପୋଷ୍ଟରକୁ ମଧ୍ୟ ବାହାର କରାଯାଇଛି।
୩.୧୨ କୋଟି ଟଙ୍କା, ୩.୫୪ କୋଟିର ମଦ ଜବତ
ଘମାଘୋଟ ନିର୍ବାଚନ ପ୍ରଚାର
/sambad/media/post_attachments/wp-content/uploads/2019/04/alco-3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)