୩.୬୨ କୋଟି ଟଙ୍କା, ୫.୧୫ କୋଟି ମୂଲ୍ୟର ମଦ ଜବତ

ଭୁବନେଶ୍ବର : ଚଳିତ ନିର୍ବାଚନରେ ଫ୍ଲାଇ ସ୍କ୍ବାଡ୍‌ ଓ ପୁଲିସ୍‌ ରାଜ୍ୟରେ ଆଜି ସୁଦ୍ଧା ୩ କୋଟି ୬୨ ଲକ୍ଷ ୭୮ ହଜାର ଟଙ୍କା ଜବତ୍‌ କରିଛି। ସେହିପରି ବିଭିନ୍ନ ଜିଲ୍ଲା‌ରୁ ମୋଟି ୪ କୋଟି ୫ ଲକ୍ଷ ୪୯ ହଜାର ଟଙ୍କା ମୂଲ୍ୟର ମଦ ଜବତ ହୋଇଛି। କେବଳ ତୃତୀୟ ପର୍ଯ୍ୟାୟ ନିର୍ବାଚନ ହୋଇଥିବା ଅଞ୍ଚଳଗୁଡ଼ିକରୁ ଅବକାରୀ ବିଭାଗ ଓ ପୁଲିସ୍‌ ଯଥାକ୍ରମେ ୬୩ ଲକ୍ଷ ୪୦ ହଜାର ୮୩୬ ଟଙ୍କା ଓ ୫୧ ଲକ୍ଷ ୩୮ ହଜାର ୬୫୦ ଟଙ୍କାର ମଦ ଜବତ କରିଛନ୍ତି।

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ) କାର୍ଯ୍ୟାଳୟ ସୂଚନା ଅନୁଯାୟୀ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରି ସର୍ବସାଧାରଣ ସ୍ଥାନରେ ଲାଗିଥିବା ୪୬.୪୬ ଲକ୍ଷ ହୋର୍ଡିଂ, ପୋଷ୍ଟର ଓ ଘରୋଇ ମାଲିକାନାରେ ବେଆଇନ ଭାବେ ଲାଗିଥିବା ୩.୬୩ ଲକ୍ଷ ପୋଷ୍ଟର, ହୋର୍ଡିଂ ଆଦି ହଟାଯାଇଛି। ଆଜି ସୁଦ୍ଧା ରାଜ୍ୟରେ ୧୪,୧୫୧ଟି ଜାମିନ ବିହୀନ ପରୱାନା କାର୍ଯ୍ୟକାରୀ କରାଯାଇଛି। ଆଇପିସି ଧାରା ୧୦୭/୧୧୬ ଅନୁଯାୟୀ ୬୩,୮୨୯ଜଣ ବ୍ୟକ୍ତିଙ୍କୁ ଅଟକ ରଖାଯାଇଛି। ବିଭିନ୍ନ ଜିଲ୍ଲା ପ୍ରଶାସନ ନିକଟରେ ଜମା ହୋଇଛି ପ୍ରାୟ ୫୪୫୧ଟି ଲାଇସେନ୍ସପ୍ରାପ୍ତ ବନ୍ଧୁକ। ତେବେ ଲାଇସେନ୍ସ ନଥିବା ୨୪୮ଟି ଅସ୍ତ୍ରଶସ୍ତ୍ର ଜବତ ହୋଇଛି।

ସମ୍ବନ୍ଧିତ ଖବର