ନୀତି ଆୟୋଗ ଦ୍ୱାରା କଳାହାଣ୍ଡି ଜିଲ୍ଲାକୁ ପ୍ରଶଂସା: ସ୍ବାସ୍ଥ୍ୟ ଓ ପୃଷ୍ଟିସାଧନ କ୍ଷେତ୍ରରେ ଖର୍ଚ୍ଚ ପାଇଁ ୩କୋଟି ଟଙ୍କା ମିଳିବ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସ୍ୱାସ୍ଥ୍ୟ ଓ ପୃଷ୍ଟିସାଧନ କ୍ଷେତ୍ରରେ ଉଲ୍ଲେଖନିୟ ଅବଦାନ ପାଇଁ ନୀତି ଆୟୋଗ ପକ୍ଷରୁ ପ୍ରଶଂସା କରାଯାଇଥିବା ବେଳେ ୩ କୋଟି ଟଙ୍କା ଅତିରିକ୍ତ ଅନୁଦାନ ଭାବରେ କଳାହାଣ୍ଡି ଆକାଂକ୍ଷା ଜିଲ୍ଲାକୁ ମିଳିଛି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ନୀତି ଆୟୋଗର ଦେଶରେ ୧୧୫ ଟି ଆକାଂକ୍ଷା ଜିଲ୍ଲା ରହିଛି । ସେଥି ମଧ୍ୟରୁ ଓଡ଼ିଶାର କଳାହାଣ୍ଡି ସମେତ ୧୦ ଟି ଜିଲ୍ଲାକୁ ଆକାଂକ୍ଷା ଜିଲ୍ଲାରେ ଅନ୍ତର୍ଭୁକ୍ତ କରାଯାଇଛି । ଗତ ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ସ୍ବାସ୍ଥ୍ୟ ଓ ପୃଷ୍ଟିସାଧନ କ୍ଷେତ୍ରରେ ୧୩ଟି ସୁଚକାଙ୍କ ଓ ୩୧ଟି ଉପ ସୁଚକାଙ୍କର ତର୍ଜମା କରି ଭାରତ ସରକାରଙ୍କ ନୀତି ଆୟୋଗ ପକ୍ଷରୁ କଳାହାଣ୍ଡି ଜିଲ୍ଲାକୁ ଉତ୍ତମ ରେଙ୍କ ଥିବା ଯୋଗୁଁ ପ୍ରଶଂସା କରାଯାଇ ଅତିରିକ୍ତ ୩ କୋଟି ଟଙ୍କା ଅନୁଦାନ ମିଳିବା ପାଇଁ ଯୋଗ୍ୟ ବିବେଚିତ ହୋଇଛି । ଏନେଇ ନୀତି ଆୟୋଗ ପକ୍ଷରୁ ମୁଖ୍ୟ ଶାସନ ସଚିବ, ଜିଲ୍ଲାପାଳ ଓ କଳାହାଣ୍ଡି ଜିଲ୍ଲା ଦାୟିତ୍ୱ ରେ ଥିବା ଆକାଂକ୍ଷା ଜିଲ୍ଲା ନୋଡାଲ ଅଧିକାରୀଙ୍କୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ରେ ସୂଚନା ଦିଆଯାଇଛି ।

ସମ୍ବନ୍ଧିତ ଖବର