କାଗଜପତ୍ର ନଥିବାରୁ ଛତିଶଗଡ଼ର ଟ୍ରକ ମାଲିକଙ୍କୁ ନୂଆପଡ଼ାରେ ୩ ଲକ୍ଷ ଟଙ୍କା ଜରିମାନା

ନୂଆପଡ଼ା: ଜିଲ୍ଲା ବାଣିଜ୍ୟ କର, ଦ୍ରବ୍ୟ ଓ ସେବାକର ପ୍ରବର୍ତ୍ତନ ଶାଖା ନୂଆପଡ଼ା ପକ୍ଷରୁ ଛତିଶଗଡ଼ରୁ ଖରିଆର ରୋଡ଼କୁ ବେଆଇନ ଭାବେ ଲୁହାଛଡ଼ ଧରି ଆସୁଥିବା ଏକ ଟ୍ରକକୁ ଜବତ କରାଯାଇଛି। ଲୁହାଛଡ଼ ବୋଝେଇ ହୋଇଥିବା ଟ୍ରକ ମାଲିକଙ୍କଠାରୁ ୩ ଲକ୍ଷ ୪ ହଜାର ୯୩୨ ଟଙ୍କା ଜରିମାନ ଆଦାୟ କରାଯାଇଛି।

ସୂଚନା ଅନୁସାରେ ଜିଏସଟି ଓ ସିଏସଟି ଡ଼େପୁଟି କମିଶନର ପ୍ରିୟବ୍ରତ ଗଡ଼ତିଆଙ୍କ ନେତୃତ୍ୱରେ ଗତ ୧୬ ତାରିଖ ଦିନ ରାୟପୁରରୁ ଏକ ଟ୍ରକ (ସଜି-୧୨ ଏସ -୩୩୪୮) ଖରିଆର ରୋଡ଼ ଆସୁଥିଲା। ବିଭାଗ ପକ୍ଷରୁ ଅଫିସ ପାଖରେ ଟ୍ରକ୍‌ ଜବତ କରିବା ସହ ତଦନ୍ତ କରାଯାଇଥିଲା। ତଦନ୍ତ ସମୟରେ ଟ୍ରକରେ ୨୫.୦୬ ଟନ୍‌ ଆଇରାନ ଲୁହାଛଡ଼ ରହିଥିଲା। କିନ୍ତୁ ଏହି ଗାଡିର କିଛି ମଧ୍ୟ କଗଜପତ୍ର ନଥିଲା। ୧୦ ଦିନ ଭିତରେ ବହୁଥିର ଗାଡି ମାଳିକଙ୍କୁ ନୋଟିସ ଦିଆଯାଥିଲା।

ଆଜି ଗାଡି ମାଲିକ ଅଫିସକୁ ପହଞ୍ଚି ୩ ଲକ୍ଷ ୪ ହଜାର ୯୩୨ ଟଙ୍କା ଜମାକଲା ପରେ ବିଭାଗ ପକ୍ଷରୁ ଗାଡିକୁ ଛାଡ଼ି ଦିଆଯାଇଛି। ଏହି ଚଢ଼ାଉରେ ନୂଆପଡ଼ା ଆସିଣ୍ଟାଷ୍ଟ ସିଟି ଓ ଜିଏସଡି ଅଫିସର ଶରତ ଚନ୍ଦ୍ର ସେଠ୍‌, କ୍ଷୀରୋଦ ମାଝି ଉପସ୍ଥିତ ରହିଥିଲେ। ଏହି ଘଟଣା ପରେ ପରେ ଛତିଶଗଡ଼ରୁ ବେଆଇନ ଭାବରେ ଆସୁଥିବା ଗାଡିମାଲିକ ମଧ୍ୟରେ ଆତଙ୍କ ଦେଖାଦେଇଛି।

ସମ୍ବନ୍ଧିତ ଖବର