ଜୟପୁର: ସ୍ଥାନୀୟ ଏସ୍‌ବିଆଇ ମୁଖ୍ୟଶାଖାରୁ ୩ଲକ୍ଷ ଟଙ୍କା ନେଇ କୁମୁଲିପୁଟ କିଓସ୍କୋକୁ ବାରିଣୀପୁଟର ଗଦାଧର ପାତ୍ର ନାମକ ‌ବ୍ୟକ୍ତି ନିଜ କାରରେ ଯାଉଥିଲେ। କାରର ପିଛା ୨ଜଣ ବ୍ୟକ୍ତି କରୁଥିଲେ। ପାରା‌ବେଡ଼ା ଛକରୁ ପ୍ର‌ିନସେସ୍ ହୋଟେଲ ଛକ ମଧ୍ୟରେ କାରରୁ ତେଲ(ଅୟଲ୍) ଲିକ୍ ହେଉଥିବା ଏମାନେ ଗଦାଧରଙ୍କୁ କହିଥିଲେ। ଗଦାଧର କାରରୁ ଓହ୍ଲାଇ ଦେଖିଥିଲେ। ତଳେ କିଛି ତେଲ୍ ଲିକ୍ ହେଉଥିବା ଦେଖିଥିଲେ। ତା ପରେ ଆସି କାରରେ ବସି କୁମୁଲିପୁଟ ଯାଇଥିଲେ। କୁମୁଲିପୁଟ ପହଚିଂବା ପରେ ଟଙ୍କା ରଖାଯାଇଥିବା ବ୍ୟାଗ କାରରେ ନଥିବା ଦେଖିଥିଲେ। ସେ ତୁରନ୍ତ ଜୟପୁର ଟାଉନଥାନାକୁ ଆସି ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ପୁଲିସ ତଦନ୍ତ ଆରମ୍ଭ କରିଥିଲେ। ତେବେ ଗୋପବନ୍ଧୁନଗର ନିକଟରେ ଥିବା ସିସିଟିଭି ଫୁଟେଜ ସଂଗ୍ରହ କରିଥିଲା ପୁଲିସ। ତେବେ ସିସିଟିଭି ଫୁଟେଜରେ ଟାଉନଥାନା ଅଂଚଳରେ ସେଭଳି କିଛି ଚୋରୀର ଚିହ୍ନବର୍ଣ୍ଣ ନଥିବା କହିଛନ୍ତି ଥାନା ଅଧିକାରୀ ସତ୍ୟାନନ୍ଦ ପାତ୍ର।

Advertisment

ସୂଚନା ଅନୁଯାୟୀ, ଆଜି ସକାଳୁ ସ୍ଥାନୀୟ ଏସବିଆଇ ମୁଖ୍ୟଶାଖାରୁ ୩ଲକ୍ଷ ଟଙ୍କା ଉଠାଇ କୁମୁଲିପୁଟ କିଓସ୍କୋକୁ ଯାଉଥିଲେ ବାରିଣୀପୁଟର ଗଦାଧର ପାତ୍ର। ପାରାବେଡ଼ା ଛକ ନିକଟରେ ଦୁଇ ଜଣ ବାଇକ ଅରୋହୀ ତାଙ୍କୁ ତାଙ୍କ କାରରୁ ତେଲ ଲିକ୍ ହେଉଥିବା କହିଥିଲେ। ସେ କାର ତଳକୁ ଓହ୍ଲାଇ ତେଲ କେଉଁ ଥିରୁ ହେଉଛି ଯାଂଚ କରିଥିଲେ। ତାପରେ ସେ କାର ଧରି କୁମୁଲିପୁଟ କିଓସ୍କୋରେ ପହଚିଂଥିଲେ। ଟିପିନ୍ ବକ୍ସ ରହିଥିବା ବେଳେ କାରରେ ରଖାଯାଇଥିବା ଟଙ୍କା ବ୍ୟାଗ ନଥିବା ଦେଖିଥିଲେ। ସେ ତୁରନ୍ତ ଜୟପୁର ଫେରି ଆସି ଟାଉନଥାନାରେ ଏ ନେଇ ଅଭିଯୋଗ କରିଥିଲେ। ତେବେ ଟାଉନଥାନା ଅଂଚଳର ସିସିଟିଭି ଯାଂଚରେ ଚୋରୀର ସେଭଳି କିଛି ଚିହ୍ନବର୍ଣ୍ଣ ମିଳିନଥିବାବେଳେ ବାଟରେ କେଉଁଟି ହୋଇଛି କି ନାହିଁ ତାହା ଅଭିଯୋଗକାରୀ ସ୍ପଷ୍ଟ କହି ପାରୁନଥିବାରୁ କେଉଁଟି ଚୋରୀ ହୋଇଛି ତାହା ସ୍ପଷ୍ଟ ହୋଇ ପାରୁନି ବୋଲି କହିଛନ୍ତି ଟାଉନଥାନା ଅଧିକାରୀ ଶ୍ରୀ ପାତ୍ର। ତେବେ ଅଭିଯୋଗକୁ ଭିତ୍ତିକରି ସହର ମଧ୍ୟରେ ଥିବା ସମସ୍ତ ସିସିଟିଭି ଫୁଟେଜକୁ ଯାଂଚ କରାଯାଉଛି ବୋଲି କହିଛନ୍ତି ଥାନା ଅଧିକାରୀ। ଅଭିଯୋଗକାରୀ ମଧ୍ୟ କେଉଁଠାରେ ତାଙ୍କ ବ୍ୟାଗ ଗଲା ସେ ବି ସ୍ପଷ୍ଟ ଭାବେ କିଛି କହି ପାରୁନାହାନ୍ତି।