ଅସ୍ତରଙ୍ଗ : ପୁରୀ ଜିଲ୍ଲା ଅସ୍ତରଙ୍ଗ-କାକଟପୁର ମୁଖ୍ୟ ରାସ୍ତାର ଉକୁଲେଇ କୁହୁଡ଼ି ଛକ ନିକଟରେ ଫ୍ଲାଇଂ ସ୍କ୍ୱାଡ୍ ଚଢ଼ଉ କରି ଏକ ବୋଲେରୋରୁ ୩ ଲକ୍ଷ ୨ ହଜାର ଟଙ୍କା ଜବତ କରିଛି। ବୋଲେରୋ ଗାଡ଼ିକୁ ଅଟକ ରଖାଯାଇଥିବା ବେଳେ ଆଜି ଜବତ ଟଙ୍କାକୁ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ଜିମା ଦିଆଯାଇଛି। ଜବତ ଟଙ୍କା କୋଣାର୍କ ବାଲିଦୋକାନ ଅଞ୍ଚଳର ଅପୂର୍ବ ରାୟଙ୍କର ବୋଲି ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତିରେ ଅସ୍ତରଙ୍ଗ ପୁଲିସ୍ ଓ ଫ୍ଲାଇଂ ସ୍କ୍ୱାଡ୍ ମିଳିତ ଭାବେ ମୁଖ୍ୟ ରାସ୍ତାର ବିଭିନ୍ନ ଛକ ସ୍ଥାନମାନଙ୍କରେ ଗାଡ଼ି ଯାଞ୍ଚ୍ କରୁଥିଲେ। ରାତି ପ୍ରାୟ ୧୧ଟାରେ କାକଟପୁର ମୁଖ୍ୟ ରାସ୍ତାର ଉକୁଲେଇ କୁହୁଡି ଛକ ନିକଟରେ (ଓଆର୍୨ ବିଏମ୍-୨୪୨୭) ନଂବର ବୋଲେରୋ ଗାଡ଼ିକୁ ଫ୍ଲାଇଂ ସ୍କ୍ବାଡ୍ ଅଟକାଇ ଯାଞ୍ଚ୍ କରିବା ବେଳେ ସେଥିରୁ ୩ ଲକ୍ଷ ୨ ହଜାର ଟଙ୍କା ଜବତ ହୋଇଥିଲା। ଏହି ଟଙ୍କା କୋଣାର୍କ ବାଲିଦୋକାନ ଅଞ୍ଚଳର ଅପୂର୍ବ ରାୟଙ୍କର ବୋଲି ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ସେ ତାଙ୍କ ଭଉଣୀ ବାହାଘର ପାଇଁ ଏହି ଟଙ୍କା ନେଉଥିଲେ ବୋଲି କହିଥିଲେ। କିନ୍ତୁ ଘଟଣାସ୍ଥଳରୁ ଅନ୍ୟ ଜଣେ କୌଶଳ କ୍ରମେ ଫେରାର୍ ହୋଇ ଯାଇଥିଲା। ଏ ନେଇ ଫ୍ଲାଇଂ ସ୍କ୍ୱାଡ୍ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ରିପୋର୍ଟ କରିଛନ୍ତି। ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ପରେ ସତ୍ୟାସତ୍ୟ ଜଣାପଡ଼ିବ ବୋଲି ଅସ୍ତରଙ୍ଗ ଥାନା ଆଇଆଇସି ରଞ୍ଜନ କୁମାର ମଲ୍ଲିକ ଓ ଫ୍ଲାଇଂ ସ୍କ୍ୱାଡ୍ ମୁଖ୍ୟ ମନୋଜ ବେହେରା ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/04/rupee8_505_081914095112.jpg)