ଭୁବନେଶ୍ୱର : କୋଭିଡ୍ ମହାମାରୀ ସମୟରେ ନିର୍ମାଣ ଶ୍ରମିକମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ୧୫୦୦ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରାଯିବ। ଏଥିପାଇଁ ୩୧୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଆଜି ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ଼ର ୨୮ ତମ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଏ ସମ୍ପର୍କରେ ସୂଚନା ଦେଇ ବୋର୍ଡ଼ ଅଧ୍ୟକ୍ଷ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ କହିଛନ୍ତି କରୋନା ପାଇଁ ଏବେସୁଦ୍ଧା ୧୮ ଲକ୍ଷରୁ ଉର୍ଦ୍ଧ୍ବ ନିର୍ମାଣ ଶ୍ରମିକଙ୍କୁ ସହାୟତା ରାଶି ବଣ୍ଟନ କରାଯାଇଛି। ପଞ୍ଜିକୃତ ହୋଇଥିବା ବାକି ଶ୍ରମିକମାନଙ୍କୁ ଖୁବଶୀଘ୍ର ସହାୟତା ଅର୍ଥ ବଣ୍ଟନ କରାଯିବ। ବୈଠକରେ ଶ୍ରମ ବିଭାଗ ପ୍ରମୁଖ ଶାସନ ସଚିବ ଚିତ୍ରା ଅରମୁଗମ୍, ଶ୍ରମ କମିସନର ଥିରୁମାଲା ନାୟକଙ୍କ ସମେତ ଅନ୍ୟ ଉଚ୍ଚପଦସ୍ଥ ଅଧିକାରୀ ଉପସ୍ଥିତ ଥିଲେ।
ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ଼ ବୈଠକ : ୩୧୫ କୋଟି ଟଙ୍କା ଶ୍ରମିକଙ୍କ ସହାୟତା ପାଇଁ ବ୍ୟୟବରାଦ
/sambad/media/post_attachments/wp-content/uploads/2020/05/worker-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)