ବଜେଟ୍‌ ସ୍ବତନ୍ତ୍ର : ଆରକ୍ଷୀ, ଅଗ୍ନିଶମ, କାରାଗାର ସଂଗଠନମାନଙ୍କ ପାଇଁ ଆବାସିକ ଓ ଅଣଆବାସିକ ଗୃହ ନିର୍ମାଣ ବାବଦରେ ୩୧୫ କୋଟି ଖର୍ଚ୍ଚ ଯୋଜନା

ଆଇଟି ଭିତ୍ତିଭୂମି ସୁଦୃଢ, ସରକାରୀ ଜମି ସୁରକ୍ଷା, ଲଘୁ ଖଣିଜ ପଦାର୍ଥ ଚୋରି ଆଦିକୁ ରୋକିବା ପାଇଁ ୨୨୫ କୋଟିର ବ୍ୟୟ ବରାଦ।
ଲ୍ୟାଣ୍ଡ ବ୍ୟାଙ୍କ ପ୍ରତିଷ୍ଠା ଲାଗି ୫୦ କୋଟି ଟଙ୍କା ଖର୍ଚ୍ଚ ହେବ। ଏଥିରୁ ୨୦ କୋଟି ଟଙ୍କା ଓଡ଼ିଶା ଇକୋନୋମିକ୍ କରିଡ଼ର ଲାଗି ଖର୍ଚ୍ଚ ହେବ।
ଭଦ୍ରକର ଧାମରାଠାରେ ବୃହତ ବୟନଶିଳ୍ପ ପାର୍କର ବିକାଶ ପାଇଁ ୧୦ କୋଟି ଟଙ୍କା ଖର୍ଚ୍ଚ ହେବ।
ପିସିପିଆଇଆର୍‌ ପାଇଁ ପାରାଦୀପଠାରେ ସାଧାରଣ ବର୍ଜ୍ୟଜଳ ଉପଚାର ପ୍ଲାଣ୍ଟ ପାଇଁ ୧୦ କୋଟି ଟଙ୍କା ବ୍ୟୟବରାଦ ହେବ।
ଅନୁଗୋଳଠାରେ ଏକ ବୃହତ୍ ଆଲୁମିନିୟମ ପାର୍କ ଲାଗି ୫ େକାଟି ଟଙ୍କା ବ୍ୟୟ ଯୋଜନା।

ସମ୍ବନ୍ଧିତ ଖବର