ବାଲେଶ୍ୱର: ସଦର ଥାନା ଅନ୍ତର୍ଗତ ହଳଦୀପଦା ଫାଣ୍ଡି ଅଧୀନ ଜାତୀୟ ରାଜପଥର ପଦ୍ମପୁର ହାଟରେ ଥିବା ଏସବିଆଇ ଏଟିଏମରୁ ଲୁଟ ହୋଇଥିବା ଅଭିଯୋଗ ହୋଇଛି। ଏଟିଏମକୁ ଗ୍ୟାସ କଟରରେ କାଟି ଦୁର୍ବୃତ୍ତ ଟଙ୍କା ଲୁଟ କରିଥିବା ଦେଖାଯାଇଛି। ଘଟଣାଟି ଗତକାଲି ବିଳମ୍ବିତ ରାତି ୩ଟା ୨୦ ମିନିଟ ସମୟରେ ଘଟିଛି, ଯାହା ସିସି ଟିଭି ଫୁଟେଜରୁ ଜଣାପଡ଼ିଛି। ଆଖପାଖରେ ଥିବା ଅନ୍ୟ ସିସି କ୍ୟାମେରାରୁ ଜଣାପଡୁଛି ଯେ ୩ ଜଣ ବ୍ୟକ୍ତି ସେହି ସମୟରେ ସେଠାକୁ ଆସୁଛନ୍ତି ଆଉ ଭିତରକୁ ଯାଉଛନ୍ତି। ଜଣେ ସିସିଟିଭି କ୍ୟାମେରାକୁ କିଛି ଗୋଟେ ସ୍ପ୍ରେ କରୁଛି, ତାପରେ ସମସ୍ତେ ମିଶି ଲୁଟ କରୁଛନ୍ତି। ସକାଳେ ଏହି ଘଟଣା ପ୍ରଘଟ ହେବା ପରେ ଘଟଣାସ୍ଥଳକୁ ସଦର ଥାନା ଆଇଆଇସି ଓ ପୁଲିସ ଟିମ୍ ସଦଳବଳେ ପହଁଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଥିଲେ। ଏଟିଏମରୁ ୩୨ ଲକ୍ଷ ୨୬ ହଜାର ଟଙ୍କା ଲୁଟ ହୋଇଥିବା ସ୍ପଷ୍ଟ ହୋଇଛି।
ମଧ୍ୟରାତ୍ରିରେ ଏଟିଏମ୍ରୁ ମୁଖାପିନ୍ଧା ଦୁର୍ବୃତ୍ତ ଲୁଟିଲେ ୩୨.୨୬ ଲକ୍ଷ ଟଙ୍କା
/sambad/media/post_attachments/wp-content/uploads/2022/06/51a8fbdc-d625-4d91-94a2-83878bab3a7c.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)