ବୈପାରିଗୁଡ଼ା: କୋରାପୁଟ ଜିଲ୍ଲାର ବୈପାରିଗୁଡାରେ ଆଜି ଜଣେ ବ୍ୟବସାୟୀଙ୍କୁ ଅଭିନବ ଉପାୟରେ ୩୨ ହଜାର ୬୪୦ ଟଂକା ଲୁଟି ନେଇଛନ୍ତି। ସାଇବର ଠକମାନେ ପ୍ରତିଦିନ ନୂତନ ଢଙ୍ଗରେ ଲୋକଙ୍କୁ ଠକି ଟଂକା ଲୁଟ କରୁଥିବା ଦେଖିବାକୁ ମିଳିଛି। ଆଜି ମଧ୍ୟ ଏକ ନୂତନ ଢଙ୍ଗରେ ବୈପାରିଗୁଡାର ବ୍ୟବସାୟୀ ସଂତୋଷ କୁମାର ନାୟକଙ୍କ ଠାରୁ ଟଂକା ଲୁଟ ହୋଇଛି। ଆଜି ଦିନ ଗୋଟାଏ ବେଳେ ନିଜକୁ ସଂଜୟ ସିଂହ ରାମଗିରି ବିଏସଏଫ କ୍ୟାମ୍ପର ଯବାନ ବୋଲି କହିବା ସହ ସଂତୋଷକୁ ଫୋନ କରିଥିଲେ। ତୁମର ଗଣେଶ ହାଡଓ୍ବେରର ଦୋକାନ ଅଛି କି ବୋଲି ପ୍ରଶ୍ନ କରିଥିଲେ। ସଂତୋଷ ହଁ କହିବା ପରେ ତାଂକୁ ବିଭିନ୍ନ କଲର ଏବଂ ଘର ପୋଛିବା ଝାଡୁ ମାଗିଥିଲେ। ତୁରନ୍ତ କଲର ଡବା ରାମଗିରିକୁ ବସ ଯୋଗେ ପଠାଇ ଦେବାକୁ କହିଥିଲେ।

Advertisment

ସଂତୋଷ ସଂଜୟଙ୍କ କଥାରେ ବିଶ୍ବାସ କରି ସେ ରାମଗିରି ବସରେ ସମସ୍ତ ଅଡର ମୁତାବକ ଜିନିଷ ପଠାଇଥିଲେ। ପରେ ସଂଜୟକୁ ଫୋନ ଯୋଗେ ଜିନିଷ ପଠାଇଥିବା ସନ୍ତୋଷ ପଚାରିଥିଲେ। ସଂଜୟ ସମସ୍ତ ଜିନିଷ ପାଇଥିବା କହିଥିଲେ। ତେବେ ଆମର ଅଧିକାରୀ ତୁମକୁ ଟଙ୍କା ପୈଠ କରିବେ ବୋଲି କହିବା ସହ ବିଲ କେତେ ହୋଇଛି ପଚାରିଥିଲେ। ସନ୍ତୋଷ ୧୬୮୦୦ ଟଂକା ବିଲ ହୋଇଥିବା କହିଥିଲେ। ତୁରନ୍ତ ଆଉ ଜଣେ ବ୍ୟକ୍ତି ସଂତୋଷକୁ ସମସ୍ତ ପରିଚୟ ପଚାରି ଫୋନ ପେ ନମ୍ବର ମାଗିଥିଲେ।

publive-image

ତେବେ ସଂତୋଷ କିନ୍ତୁ କ୍ୟୁଆର ଆଇଡି ତାଂକୁ ଦେଇଥିଲେ। ସେପଟୁ କ୍ୟୁଆର ଆଇଡିରେ ଏକ ଟଂକା ପଠାଯାଇଥିଲା। କିନ୍ତୁ ପର ମୂହର୍ତ୍ତରେ ୧୬,୩୨୦ ଟଂକା ଦୁଇ ଥର କଟିଥିଲା। ସଂତୋଷ କିଛି ବୁଝିବା ଆଗରୁ ଟଂକା କଟିବା ଆରମ୍ଭ ହୋଇଥିଲା। ତୁରନ୍ତ ସଂତୋଷ ବ୍ୟାଙ୍କକୁ ଯାଇ ତାଂକରର ଆକାଉଣ୍ଟକୁ ଲକ୍ କରିଥିଲେ। ଯାହାଫଳରେ ଟଂକା ଯିବା ବନ୍ଦ ହୋଇଥିଲା। ତେବେ ଏହା ପୂର୍ବରୁ ସଂତୋଷ ୩୨,୬୪୦ ଟଂକା ହରାଇ ସାରିଥିଲେ।

ତେବେ କିପରି କ୍ୟୁଆର କୋଡରୁ ଟଂକା ଗାଏବ ହେଲା ତାହାକୁ ନେଇ ଦିନ ତମାମ ସଂତୋଷ ଏବଂ ତାଂକର ପରିବାର ଲୋକେ ତର୍ଜମା କରିଚାଲିଥିଲା। ପରେ ଥାନାରେ ଏନେଇ ଏତଲା ଦାୟର କରିଥିଲେ। ସଂତୋଷ ପରେ ବୈପାରିଗୁଡା ସ୍ଥିତ ବିଏସଏଫ କ୍ୟାମ୍ପରେ ଯାଇ ସବୁ ବିଷୟ କହିବା ପରେ ବୈପାରିଗୁଡାରୁ ଜଣେ ଯବାନ ସଂତୋଷକୁ ଆସିଥିବା ୮୪୦୨୮୨୭୫୯୭ରେ ଫୋନ କରି ତୁମେ କେଉଁଠାରୁ କହୁଛ ବୋଲି କହିବା ପରେ ମୁଁ ସଂଜୟ ସିଂ, ରାମଗିରି ବିଏସଏଫ କ୍ୟାମ୍ପରୁ କହୁଥିବା ସେ କହିଥିଲା। ତେବେ ତୁମେ କାହିଁକି ରଙ୍ଗ ମଗାଇଥିଲ ଏବଂ କିଏ ଅଡର ଦେଇଥିଲା ବୋଲି ପ୍ରଶ୍ନ ବାଣରେ ସଂଜୟ ଫୋନକୁ ବନ୍ଦ କରିଦେଇଥିଲା। ପରେ ଜଣାପଡିଲା ଯେ ସେ ସାଇବର ଠକ ଥିଲା। ସଂତୋଷ ନିଜର ଟଂକା କିପରି ଫେରିପାଇବେ ସେନେଇ ସେ ପୁଲିସ ନିକଟରେ ନେହୁରା ହୋଇଛନ୍ତି। ତେଣୁ ବ୍ୟବସାୟୀମାନେ ଏଥର ସତର୍କ ରହିବା ଦରକାର ବୋଲି କୁହାଯାଇଛି।