ମା’ ତାରିଣୀଙ୍କ ହୁଣ୍ଡିରୁ ମିଳିଲା ୩୭ ଲକ୍ଷ ଟଙ୍କା, ୧୫୪ ଗ୍ରାମ ସୁନା

ଘଟଗାଁ : ସୋମବାର ଦିନ ମା’ ତାରିଣୀଙ୍କ ହୁଣ୍ଡିରୁ ୩୭ ଲକ୍ଷ ୩୦ ହଜାର ୫୫୩ ଟଙ୍କା, ୧୫୪ଗ୍ରାମ ୪୮୦ ମିଲିଗ୍ରାମ ସୁନା ଏବଂ ୧କେଜି ୨୯୧ ଗ୍ରାମ ଓ ୬୮୦ ମିିଲିଗ୍ରାମ ରୁପା ମିଳିଛି। ମା ତାରିଣୀ ମନ୍ଦିର ପରିଚାଳନା ବୋର୍ଡ ସଭାପତି ରାଜେନ୍ଦ୍ର କୁମାର ପଟ୍ଟନାୟକ, ଦେବୋତ୍ତର ନିରୀକ୍ଷକ ତ୍ରିଲୋଚନ ନାଏକ, ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ସଂଜୀବ ମହାପାତ୍ର, ମନ୍ଦିର ପରିଚାଳନା ବୋର୍ଡର ସଦସ୍ୟ ଦୟାନିଧି ମହନ୍ତ, ଆନନ୍ଦ ଚନ୍ଦ୍ର ସିଂହ, ନିର୍ମଳ କୁମାର ମହାନ୍ତି, କ୍ଷୀରୋଦ ପ୍ରସାଦ ଦାସ, ପୁଲିସ କର୍ମଚାରୀ ଅଶୋକ ରାଉତ, ମଦନ ମୋହନ ପୂର୍ତ୍ତି ଓ ଶ୍ରବଣ ନାୟକଙ୍କ ଉପସ୍ଥିତରେ ମନ୍ଦିର ବେଢା ଭିତର ଓ ବାହାରେ ଥିବା ୮ ଟି ହୁଣ୍ଡି ଖୋଲାଯାଇ ଗଣତି କରାଯାଇଥିଲା।

ମନ୍ଦିର କର୍ମଚାରୀ ଅକ୍ଷୟ କୁମାର ବେହେରା, ଅବନୀ ଜେନା, ହରେକୃଷ୍ଣ ପଳେଇ, ଶରତ ବେହେରା, ମହେଶ୍ୱର ସାହୁ, ମହେଶ୍ୱର ଦେହୁରୀ, ରଞ୍ଜନ କୁମାର ସାହୁ, ଗଗନ ବଳ, ନବୀନ ମହନ୍ତ, ଦେବଦତ୍ତ ବଳ, ଚନ୍ଦ୍ରା ମୁଖି, ନାରାୟଣ ମୁଖି, ପ୍ରାଣବନ୍ଧୁ ସରଡ଼ିଆ, ସନାତନ ନାଏକ, ଚକ୍ରଧର ନାଏକ, ଅରୁଣ ନାଏକ, ଶ୍ରୀକାନ୍ତ ଦେହୁରୀ ସଂକର୍ଷଣ ନାଏକ, ହରିହର ମହନ୍ତ, ଷ୍ଟେଟ ବ୍ୟାଙ୍କ କର୍ମଚାରୀ ଦିବ୍ୟଲୋଚନ ମହାନ୍ତ, ସିପୁନ ସାହୁ ଓ ମନ୍ଦିର ସିକୁରିଟି କର୍ମଚାରୀ ହୁଣ୍ଡି ଗଣତି କରିଥିଲେ।

ସମ୍ବନ୍ଧିତ ଖବର