ଜୟପୁର: ସ୍ଥାନୀୟ ଆରସିଏମଏସ୍ ( ଜୟପୁର ଆଞ୍ଚଳିକ ସମବାୟ ମାର୍କେଟିଂ ସଂସ୍ଥା)କୁ ଆୟକର ବିଭାଗ ପକ୍ଷରୁ ଜାରି କରାଯାଇଥିବା ୪ କୋଟି ୧୨ ଲକ୍ଷ ଟଙ୍କାର ନୋଟିସ୍କୁ ନେଇ ପରିଚାଳନା କମିଟିର ଚିନ୍ତା ବଢାଇ ଦେଇଛି। ମାମଲାର ପୁନଃ ଶୁଣାଣି ପାଇଁ ଆୟକର ବିଭାଗକୁ ଅପିଲ କରାଯାଇଥିବା କହିଛନ୍ତି ସଭାପତି ସୁକାନ୍ତ ତ୍ରିପାଠୀ।
ଆୟକର ବିଭାଗ ୱେବ୍ସାଇଟ୍ରୁ ମିଳିଥିବା ତଥ୍ୟ ଅନୁଯାୟୀ, ୨୦୧୯ ଡିସେମ୍ବର ୪ରେ ବିଭାଗ ପକ୍ଷରୁ ୫ ଲକ୍ଷ ୫୪ ହଜାର ୧୬୦ ଟଙ୍କାର ଡିମାଣ୍ଡ ନୋଟିସ ପଠାଯାଇଥିଲା। ୨୦୨୦ ଫେବ୍ରୁଆରି ୨୫ରେ ୧ ଲକ୍ଷ ୫୦ ହଜାରର ନୋଟିସ୍ ଦିଆଯାଇଥିଲା। ସେହିପରି ୨୦୨୩ ମାର୍ଚ୍ଚ ୨୭ରେ ବକେୟା ଡିମାଣ୍ଡ ପରିମାଣ ରହିଛି ୪ କୋଟି ୫ ଲକ୍ଷ ଟଙ୍କା। ଏଭଳି ୪.୧୨ କୋଟି ଟଙ୍କା ଦାଖଲ ଲାଗି ଆୟକର ପକ୍ଷରୁ କୁହାଯାଇଛି। ଆୟକର ଦାବି କରିଥିବା ଏହି ଟଙ୍କା ଦାଖଲ ନ କଲେ ସମବାୟ ସମିତିକୁ ବନ୍ଦ ବି କରିବାକୁ ପଡ଼ି ପାରେ ବୋଲି ସଂଦେହ ଉପୁଜିଥିଲା। ଏହାପରେ ପରିଚାଳନା କମିଟି ପକ୍ଷରୁ ଏହି ସମସ୍ୟାକୁ ନେଇ ବୈଠକ କରାଯାଇଥିଲା। ଏହା ପରେ ଅନଲାଇନରେ ଏହି ଡିମାଣ୍ଡର ପୁନଃ ଶୁଣାଣି କରିବାକୁ ଆପିଲ କରିଥିଲେ ପରିଚାଳନା କମିଟି। ସଂପାଦକଙ୍କ ଅବହେଳା, ଖାମଖିଆଲି ଓ ଭୂଲ ଯୋଗୁଁ ଆୟକର ବିଭାଗ ଏଭଳି ଦାବି କରିଛି। ଏଥି ପାଇଁ ସଂପୁର୍ଣ୍ଣ ରୁପେ ସଂପାଦକ ହିଁ ଦାୟୀ ବୋଲି କହିଛନ୍ତି ସଭାପତି ଶ୍ରୀ ତ୍ରିପାଠୀ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/05/jpr-rcms-2.jpg)