ଗ୍ୟାସ୍ ଭିତ୍ତିଭୂମିରେ ୪ ଲକ୍ଷ କୋଟି ପୁଞ୍ଜିନିବେଶ ହେଉଛି : ଧର୍ମେନ୍ଦ୍ର

ଭୁବନେଶ୍ବର: ପରିବେଶକୁ ସୁରକ୍ଷିତ ରଖିବା ଲକ୍ଷ୍ୟରେ ଆଜି ଟୋରେଣ୍ଟ୍‌ ଗ୍ୟାସ୍‌ର ୪୨ଟି ସିଏନ୍‌ଜି ଓ ୩ଟି ସିଟି ଗେଟ୍‌ ଷ୍ଟେସନ୍ ଲୋକାର୍ପିତ ହୋଇଛି। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାକୁ ଲୋକାର୍ପଣ କରି କହିଥିଲେ ଯେ ଦେଶରେ ଗ୍ୟାସ୍‌ ଭିତ୍ତିଭୂମିକୁ ମଜବୁତ୍ କରିବା ପାଇଁ ୪ ଲକ୍ଷ କୋଟିରୁ ଅଧିକ ଟଙ୍କାର ପୁଞ୍ଜିନିବେଶ କରାଯାଉଛି। ଦେଶରେ ସିଟି ଗ୍ୟାସ୍‌ ବିତରଣ ନେଟ୍‌ୱର୍କର ସମ୍ପ୍ରସାରଣ ପାଇଁ ୮ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ କରାଯିବା ନେଇ ଟୋରେଣ୍ଟ୍‌ ପକ୍ଷରୁ କରାଯାଇଥିବା ଘୋଷଣାକୁ ଶ୍ରୀ ପ୍ରଧାନ ସ୍ବାଗତ କରିଥିଲେ।

କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ ବିଗତ ୬ ବର୍ଷରେ ଦେଶରେ ସିଏନ୍‌ଜି ଷ୍ଟେସନ୍ ଦୁଇ ଗୁଣା ହୋଇଛି। ୨୦୧୪ରେ ଦେଶରେ ୯୩୮ ସିଏନ୍‌ଜି ଷ୍ଟେସନ୍ ଥିଲା ବେଳେ ଏବେ ତାହା ବୃଦ୍ଧି ପାଇ ୨୩୦୦ରେ ପହଞ୍ଚିଛି। ସେହିପରି ବହୁତ କମ୍ ସମୟ ମଧ୍ୟରେ ଦେଶରେ ଟୋରେଣ୍ଟ୍ ପକ୍ଷରୁ ୧୦୦ଟି ସିଏନ୍‌ଜି ଷ୍ଟେସନ୍ ସ୍ଥାପନ କରାଯାଇଛି। ଦେଶର ପ୍ରାକୃତିକ ଗ୍ୟାସ୍‌ ଭିତ୍ତିଭୂମିକୁ ସମ୍ପ୍ରସାରଣ କରିବାରେ ଟୋରେଣ୍ଟ୍‌ ଗ୍ୟାସ୍‌ର ଉଦ୍ୟମ ପ୍ରଶଂସନୀୟ। ଆଜି ଲୋକାର୍ପିତ ହୋଇଥିବା ସିଏନ୍‌ଜି ଷ୍ଟେସନ୍‌ଗୁ୍‌ଡ଼ିକ ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟିରେ ଥିବା ଭାରତକୁ ଗ୍ୟାସ୍‌ ଆଧାରିତ ଅର୍ଥନୀତିରେ ପରିଣତ କରିବାରେ ସହାୟକ ହେବ। ଏହା ଦେଶର ଅଶୋଧିତ ତୈଳର ନିର୍ଭରତାକୁ ହ୍ରାସ କରିବ।

ସମ୍ବନ୍ଧିତ ଖବର