ଖୁଣ୍ଟୁଣୀ : କାତିରେ ହାଣି ଡ୍ରାଇଭରଙ୍କ ଠାରୁ ଲୁଟି ନେଲେ ୪ ଲକ୍ଷ

ଖୁଣ୍ଟୁଣୀ : ଦିନ ଦ୍ବିପ୍ରହରରେ ଦୁର୍ବୃତ୍ତମାନେ ଜଣେ ଡ୍ରାଇଭରଙ୍କୁ କାତିରେ ହାଣି ୪ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଗୁରୁଡ଼ିଝାଟିଆ ଥାନା ଅନ୍ତର୍ଗତ ପୁରୁଣା କଟକ-ସମ୍ବଲପୁର ରାସ୍ତାର ଲିଙ୍ଗାପଦା ଗ୍ରାମସ୍ଥିତ ଲିଙ୍ଗେଇ ଠାକୁରାଣୀ ପୀଠ ସମ୍ମୁଖରେ ଏଭଳି ଘଟଣା ଘଟିଛି। ପୁଲିସ୍‌ ଆହତ ଡ୍ରାଇଭର୍‌ଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି।

ସୂଚନା ମୁତାବକ ବଡ଼ମ୍ବା ଥାନା ବେଲିଆପାଳ ଗ୍ରାମର ପାନ ମସଲା ଓ ତେଜରାତି ହୋଲ୍‌ସେଲ୍‌ ବ୍ୟବସାୟୀ ଶରତ କୁମାର ସାହୁ ଆଜି କଟକ ମାଲଗୋଦାମରୁ ଦୋକାନ ପାଇଁ ସାମଗ୍ରୀ ଆଣିବା ନିମନ୍ତେ ମ୍ୟାନେଜର ଅଶୋକ କୁମାର ବେହେରାଙ୍କୁ ୪ଲକ୍ଷ ଟଙ୍କା ଦେଇଥିଲେ। ସକାଳ ୯ଟାରେ ୪୦୭ ମିନିଟ୍ରକ୍‌ ଡ୍ରାଇଭର ଆକୁଳ ପଲେଇ ଓ ଶ୍ରୀ ବେହେରା ଯାଉଥିବାବେଳେ ପୁରୁଣା କଟକ-ସମ୍ବଲପୁର ରାସ୍ତାର ଲିଙ୍ଗାପଦା ଲିଙ୍ଗେଇ ଠାକୁରାଣୀଙ୍କ ପୀଠ ନିକଟରେ ପଛରୁ ଦୁଇଟି ପଲ୍‌ସର୍‌ ବାଇକ୍‌ରେ ହେଲ୍‌ମେଟ୍‌ ପିନ୍ଧିଥିବା ୪ଜଣ ଦୁର୍ବୃତ୍ତ ଆସି ଗାଡ଼ିକୁ ଅଟକାଇଥିଲେ। ଦୁର୍ବୃତ୍ତମାନେ ଡ୍ରାଇଭର ଓ ମ୍ୟାନେଜର ବେହେରାଙ୍କୁ ମାଡ଼ମାରି ଟଙ୍କା ଭର୍ତ୍ତି ବ୍ୟାଗ୍‌ ଲୁଟି ନେଇଥିଲେ।

ସମ୍ବନ୍ଧିତ ଖବର