ଖୁଚୁରା ବ୍ୟବସାୟରେ ମାସିକ ୪ ହଜାର କୋଟି କ୍ଷତି: ରାଜ୍ୟ ବ୍ୟବସାୟୀ ମହାସଂଘ

ଭୁବନେଶ୍ବର : କରୋନା ମହାମାରୀ ପ୍ରତିହତ ପାଇଁ ରାଜ୍ୟରେ ଲାଗୁ ହୋଇଥିବା ଲକ୍‌ଡାଉନ୍‌ ଓ ସଟ୍‌ଡାଉନ୍‌ ଯୋଗୁ ଖୁଚୁରା ତେଜରାତି ବ୍ୟବସାୟ ପ୍ରଭାବିତ ହୋଇଛି। ଏହାର ପ୍ରଭାବରେ ୪ ହଜାର କୋଟି କ୍ଷତି ଘଟୁଛି। ଏ ସମ୍ପର୍କରେ ସୂଚନା ଦେଇ ରାଜ୍ୟ ବ୍ୟବସାୟୀ ମହାସଂଘ ମହାସଚିବ ସୁଧାକର ପଣ୍ଡା କହିଛନ୍ତି, ସ୍ବାଭାବିକ ଅବସ୍ଥାରେ ରାଜ୍ୟରେ ମାସିକ ୧୨ ହଜାର କୋଟି ଟଙ୍କାର ଖୁଚୁରା ବ୍ୟବସାୟ ହୋଇଥାଏ। କିନ୍ତୁ କରୋନା ମହାମାରୀ ପାଇଁ ଲାଗୁହୋଇଥିବା ଲକ୍‌ଡାଉନ୍‌ ଓ ସଟ୍‌ଡାଉନ୍‌ ପ୍ରଭାବରେ ଏହି ବ୍ୟବସାୟ ଏବେ ୮ ହଜାର କୋଟି ଟଙ୍କାରେ ସୀମିତ ରହୁଛି। ତେବେ ମହାମାରୀ ନିୟନ୍ତ୍ରଣ ପାଇଁ ସରକାର ଯାହା ଉଚିତ୍‌ ମନେକରିବେ, ସେପରି ପଦକ୍ଷେପ ନେବେ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର