୫ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଜବତ, ଜଣେ ମହିଳାଙ୍କ ସମେତ ୨ ଗିରଫ

ଖୋର୍ଦ୍ଧା: ଖୋର୍ଦ୍ଧା ଟାଉନ ଥାନା ପୁଲିସ ପକ୍ଷରୁ ହୋଇଥିବା ଚଢ଼ଉରେ ଆଜି ୫ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବର ବ୍ରାଉନ୍‌ସୁଗାର ଜବତ କରାଯିବା ସହ ଜଣେ ମହିଳାଙ୍କ ସମେତ ଦୁଇଜଣଙ୍କୁ ଗିରଫ କରାଯାଇଛି ।

ସୂଚନାନୁସାରେ, ଆଜି ସକାଳ ପ୍ରାୟ ସାଢ଼େ ୧୦ଟା ବେଳେ ଟାଉନ ଥାନା ପୁଲିସର ଏକ ଟିମ୍ ପୂର୍ବ ସୂଚନା ଆଧାରରେ କେଟି ଗ୍ଲୋବାଲ୍ ସ୍କୁଲ ନିଟରେ ଛକି ବସିଥିଲେ । ଏହି ସମୟରେ ଏକ କାରରେ (ସୁଜକି ସୁଇଫ୍ଟ ଓଡି ୦୫ ଜେଡ୍ ୬୮୦୨)ରେ ଜଣେ ମହିଳାଙ୍କ ସମେତ ଜଣେ ପୁରୁଷ ସେଠାରେ ପହଂଚିଥିଲେ । ପୁଲିସ ସେଠାରେ ପହଂଚି ସେମାନଙ୍କ କାର ଯାଂଚ କରିଥିଲେ। ସେଥିରୁ ୫୧ ଗ୍ରାମ ବ୍ରାଉନ୍‌ସୁଗାର ଯାହାର ଆନୁମାନିକ ମୂଲ୍ୟ ୫ଲକ୍ଷ ୧୦ହଜାର ଟଙ୍କା ହେବ । ଏହା ସହ ସେମାନଙ୍କ ନିକଟରୁ ୧୧ହଜାର ଟଙ୍କା ନଗଦ ଜବତ କରାଯାଇଥିଲା । ଏନେଇ ଖୋର୍ଦ୍ଧା ଟାଉନ ଥାନାର ଭାରପ୍ରାପ୍ତ ଅଧିକାରୀ କହିଛନ୍ତି ଯେ ଅଭିଯୁକ୍ତ ସ୍ଥାନୀୟ ମଠସାହି ବାସିନ୍ଦା । ସେମାନେ ହେଲେ ବୃନ୍ଦାବନ ପ୍ରଧାନ (୪୨) ଓ ତାଙ୍କ ପତ୍ନୀ ସ୍ନେହଲତା ପ୍ରଧାନ ଓରଫ ରୂପା (୩୬) । ଉଭୟଙ୍କ ବିରୋଧରେ ମାମଲା ରୁଜୁ କରାଯିବା ସହ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ।

ସମ୍ବନ୍ଧିତ ଖବର