ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୫୦ଲକ୍ଷ ୯୦ ହଜାର ପ୍ରଦାନ

ଆଇପିଏସ୍‌ ସ˚ଘ ଦେଲା ୧୦ଲକ୍ଷ ଟଙ୍କା

ଭୁବନେଶ୍ବର : ବାତ୍ୟା ବିପନ୍ନଙ୍କୁ ସହାୟତା ସହ ପୁନରୁଦ୍ଧାର ନିମନ୍ତେ ଆଜି ଅନେକ ସଂସ୍ଥା ଓ ବ୍ୟକ୍ତିବିଶେଷ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୫୦ ଲକ୍ଷ ୯୦ ହଜାର ଟଙ୍କା ପ୍ରଦାନ କରିଛନ୍ତି। ଓଡ଼ିଶା ପୁଲିସ୍‌ ରିଲିଫ୍‌ ଓ କଲ୍ୟାଣ ପାଣ୍ଠିରୁ ୧୦ ଲକ୍ଷ ଟଙ୍କା ଦିଆଯାଇଛି। ପୁଲିସ୍‌ ମହାନିର୍ଦେଶକ ଡ.ରାଜେନ୍ଦ୍ର ପ୍ରସାଦ ଶର୍ମା ସଚିବାଳ‌ୟରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଚେକ୍‌ ପ୍ରଦାନ କରିଛନ୍ତି। ଦୈନିକ ସମ୍ବାଦପତ୍ର ‘ପ୍ରଗତିବାଦୀ’ ପକ୍ଷରୁ ମୋନାଲିସା ବଳ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ୫ଲକ୍ଷ ଟଙ୍କାର ଚେକ୍‌ ପ୍ରଦାନ କରିଛନ୍ତି। ଗୁପ୍ତା ପାୱାର ଇନ୍‌ଫ୍ରାଷ୍ଟ୍ରକ୍‌ଚର ଲିମିଟେଡ୍‌ ପକ୍ଷରୁ ପରିଚାଳନା ନିର୍ଦେଶକ ମହେନ୍ଦ୍ର ଗୁପ୍ତା ମୁଖ୍ୟମନ୍ତ୍ରୀଙ୍କୁ ୧୧ ଲକ୍ଷ ଟଙ୍କାର ଚେକ୍‌ ଦେଇଛନ୍ତି। ହୋଟେଲ୍‌ ସ୍ବସ୍ତି ଗ୍ରୁପ୍‌ ପକ୍ଷରୁ ୧୦ ଲକ୍ଷ ଟଙ୍କା ଦିଆଯାଇଛି।

ସେହିପରି ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ତାଙ୍କ ୧୦ ମାସର ବେତନ ୩ଲକ୍ଷ ୫୦ ହଜାର ଟଙ୍କା, ପୂର୍ବତନ ମନ୍ତ୍ରୀ ଭାଗବତ ପ୍ରସାଦ ମହାନ୍ତି ତାଙ୍କ ପେନ୍‌ସନ ଅର୍ଥରୁ ୪୪ ହଜାର ଟଙ୍କା, ସାଂସଦ ଅନୁଭବ ମହାନ୍ତି ୨ଲକ୍ଷ ଟଙ୍କା, ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥୀ ୧ଲକ୍ଷ ଟଙ୍କା, ସ୍ୟାଣ୍ଡି ରିସର୍ଚ ପ୍ରାଇଭେଟ୍‌ ଲିମିଟେଡ୍‌ ପକ୍ଷରୁ ୫ଲକ୍ଷ ଟଙ୍କା, କେନ୍ଦ୍ରପଡ଼ା ଅର୍ବାନ କୋଅପରେଟିଭ୍‌ ବ୍ୟାଙ୍କ୍‌ ପକ୍ଷରୁ ୧ଲକ୍ଷ ୧ ହଜାର ଟଙ୍କା, ପୂର୍ବତନ କର୍ପୋରେଟର ସଂଜୟ ବଳିଆରସିଂହ ୧ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ଏଥିସହ ଏସ୍‌ସିବି ମେଡିକାଲ୍‌ କଲେଜ୍‌ର ଅବସରପ୍ରାପ୍ତ ଅଧ୍ୟକ୍ଷ ଡ.ସିଦ୍ଧାର୍ଥ ଦାସ ୯୪ହଜାର ୪୩୮ ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ଦାନ କରିଛନ୍ତି। ଓଡ଼ିଶାବାସୀଙ୍କ ବିପଦ ସମୟରେ ସେମାନଙ୍କୁ ସହାୟତା କରିବାକୁ ଏହି ସଂସ୍ଥାମାନେ ସହୃଦୟତାର ସହ ଆଗେଇ ଆସିଥିବାରୁ ମୁଖ୍ୟମନ୍ତ୍ରୀ ସମ୍ପୃକ୍ତ ସଂସ୍ଥା ଓ ବ୍ୟକ୍ତିବିଶେଷଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଆଇପିଏସ୍‌ ସ˚ଘ ଦେଲା ୧୦ଲକ୍ଷ ଟଙ୍କା

କଟକ : ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧୦ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଛି ଓଡ଼ିଶା ଆଇପିଏସ୍‌ ସ˚ଘ। ‘ଫନି’ ବାତ୍ୟା ପ୍ରଭାବରେ ରାଜ୍ୟରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲାବେଳେ ଏଥିପାଇଁ ବିଭିନ୍ନ ଆଡୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା ଯୋଗାଇ ଦିଆଯାଉଛି। ଓଡ଼ିଶା ପୁଲିସ୍‌ ଆଇପିଏସ୍‌ ଅଧିକାରୀଙ୍କ ପକ୍ଷରୁ ଡିଜିପି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା ୧୦ ଲକ୍ଷ ଟଙ୍କାର ଚେକ୍‌ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି। ଆଇପିଏସ୍‌ ଅଧିକାରୀଙ୍କ ଏଭଳି ପଦକ୍ଷେପକୁ ମୁଖ୍ୟମନ୍ତ୍ରୀ ପ୍ରଶ˚ସା କରିଛନ୍ତି। ଚେକ୍‌ ପ୍ରଦାନବେଳେ ଅତିରିକ୍ତ ଡିଜି (ଆଇନ୍‌ ଶୃଙ୍ଖଳା) ସ˚ଜୀବ ପଣ୍ତା, ଆଇଜି (ହେଡ୍‌ କ୍ବାର୍ଟର୍ସ) ଅସିତ ପାଣିଗ୍ରାହୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର