କୋଭିଡ଼ରେ ମୃତ ସରପଞ୍ଚଙ୍କ ପତ୍ନୀକୁ ୫୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା

ବାଲିଅନ୍ତା: ବାଲିଅନ୍ତା ବ୍ଲକ ଅଧୀନ ବଇଁଚୁଆ ପଞ୍ଚାୟତର ସରପଞ୍ଚ ବିଜୟ କୁମାର ସାହୁଙ୍କର କୋଭିଡ଼ରେ ମୃତ୍ୟୁ ହୋଇଯାଇଥିଲା । ସ୍ବର୍ଗତ ସାହୁଙ୍କର ବିଧବା ପତ୍ନୀ ବିଜୁଳି ବତୀ ସାହୁଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ୫୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ଖବର ପାଇ ଅପରାହ୍ନରେ ବିଜୁଳିବତୀ ସଂପର୍କୀୟଙ୍କ ସହ ନିଜର ଦୁଇ ନାବାଳିକ ଝିଅଙ୍କୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ସେଠାରେ ଜିଲ୍ଲାପାଳ ଶ୍ରୀ ମହାନ୍ତି ତାଙ୍କୁ ୫୦ ଲକ୍ଷ ଟଙ୍କାର ଚେକ ପ୍ରଦାନ କରିଥିଲେ ।

ସୂଚନାଯୋଗ୍ୟ ଗତ ଅକ୍ଟୋବର ମାସ ୧୧ ତାରିଖରେ କୋଭିଡ଼ ଯୋଦ୍ଧା ବିଜୟଙ୍କର ହସ୍ପିଟାଲରେ ମୃତ୍ୟୁ ହୋଇଯାଇଥିଲା । ୧୬ଟି ପଞ୍ଚାୟତର ଜନ ପ୍ରତିନିଧିବୃନ୍ଦ ଭେଦାଚାନ୍ଦା କରି ତାଙ୍କର ସୁଦ୍ଧକ୍ରିୟା କରାଯାଇଥିଲେ । ପରେ ଜୟଦେବ ବିଧାୟକ ଡ . ଅରବିନ୍ଦ ଢାଲି ମୃତ ବିଜୟଙ୍କ ପରିବାରକୁ ଥଇଥାନ କରିବା ପାଇଁ ଆର୍ଥିକ ସହାୟତା ଯୋଗାଇ ଦେବା ଦିଗରେ ପଦକ୍ଷେପ ଗ୍ରହଣ କରିଥିଲେ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନ୍ୟମାନଙ୍କ ମଧ୍ୟରେ ପିଡି ଦିଗନ୍ତ କୁମାର ରାଉତରାୟ , ବିଡିଓ ଆଦିକନ୍ଦ ବେହେରା ଓ ଖୋର୍ଧ ଏଡିଏମ ଅନୁଜ ଦାଶ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଉଲ୍ଲେଖଯୋଗ୍ୟ ଏବେ ନାଏବ ସରପଞ୍ଚ ଜ୍ୟୋତ୍ସ୍ନାରାଣୀ ବେହେରା ସରପଞ୍ଚ ଦାୟିତ୍ବରେ ଅଛନ୍ତି ।

ସମ୍ବନ୍ଧିତ ଖବର