ଛତ୍ରପୁର : ଗଞ୍ଜାମ ଜିଲ୍ଲା ଛତ୍ରପୁର ସହରରେ ଆଜି ରାତି ସାଢ଼େ ୮ଟାରେ ସୁନା ବ୍ୟବସାୟୀ ଦମ୍ପତିଙ୍କୁ ଆକ୍ରମଣ କରି ସେମାନଙ୍କଠାରୁ ଦୁର୍ବୃତ୍ତ ପ୍ରାୟ ୫୦ ଲକ୍ଷ ଟଙ୍କାର ସୁନା, ରୁପା ଅଳଙ୍କାର ଲୁଟି ନେଇଛନ୍ତି। ଛତ୍ରପୁର ସହର ଵାର୍ଡ଼ ୧୪ ସାଇନଗର ପ୍ରଥମ ଲେନ୍ ବାସିନ୍ଦା ଶରତ ଚନ୍ଦ୍ର ସାହୁଙ୍କର ତାରିଣୀ ସାହି ମେନ୍ରୋଡ୍ରେ ‘ମା ଶାରଳା ଜୁଏଲର୍ସ’ ଦୋକାନ ଅଛି। ଶରତ ଏବ˚ ପତ୍ନୀ ଲକ୍ଷ୍ମୀପ୍ରିୟା ଦୋକାନ ବନ୍ଦ କରି ଏକ ସ୍କୁଟିରେ ଘରକୁ ଫେରୁଥିଲେ। ଦୋକନରେ ଥିବା ପ୍ରାୟ ୭ଶହ ଗ୍ରାମ ସୁନା ଅଳଙ୍କାର ଓ ୧୫ରୁ ୨୦ କିଲୋ ରୁପା ଅଳଙ୍କାର ଏକ ବ୍ୟାଗ୍ରେ ଭର୍ତ୍ତି କରି ନେଉଥିଲେ। କୋର୍ଟ ହଲଟ୍ ଗଳା ଶଙ୍ଖ ଦେଇ ଘରକୁ ଫେରୁଥିବା ବେଳେ ଏକ ପଲ୍ସର୍ ଆରୋହୀ ଦୁଇ ଦୁର୍ବୃତ୍ତ ତାଙ୍କ ଉପରକୁ ମରିଚ ଗୁଣ୍ତ ଫୋଫାଡ଼ି ଥିଲେ। ସେମାନେ ତଳେ ପଡ଼ିଯିବା ପରେ ଲୁହାରଡ଼ ଓ ଠେଙ୍ଗାରେ ଆକ୍ରମଣ କରି ଅଳଙ୍କାର ବ୍ୟାଗ୍ ନେଇ ଚମ୍ପଟ୍ ମାରିଥିଲେ। ଲକ୍ଷ୍ମୀପ୍ରିୟା ପିନ୍ଧିଥିବା ୨ତୋଳା ଓଜନର ହାର ଓ ଦେଢ଼ ତୋଳା ଓଜନର ମଙ୍ଗଳସୂତ୍ର ମଧ୍ୟ ଛଡ଼ାଇ ନେଇଥିଲେ। ଶରତ ଘଟଣା ସମ୍ପର୍କରେ ତାଙ୍କ ସମ୍ପର୍କୀୟଙ୍କୁ ଫୋନ୍ କରି ଜଣାଇଥିଲେ। ସେମାନେ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଡାକ୍ତରଖାନା ଆଣିଥିଲେ। ଛତ୍ରପୁର ଥାନା ଅଧିକାରୀ ପ୍ରିୟସ ରଞ୍ଜନ ଛୋଟରାୟ ଏବ˚ ଏସ୍ଡିପିଓ ଗୌତମ କିଶାନ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
ସୁନା ଦୋକାନୀ ଦମ୍ପତିଙ୍କୁ ଆକ୍ରମଣ, ୫୦ ଲକ୍ଷର ଗହଣା ଲୁଟ୍
ପଲ୍ସର୍ରେ ଆସିଲେ, ମରିଚ ଗୁଣ୍ଡ ଫୋପାଡ଼ି ଆକ୍ରମଣ
/sambad/media/post_attachments/wp-content/uploads/2019/08/loot2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)