ଜଳେଶ୍ୱର: ବାଲେଶ୍ବର ଜିଲ୍ଲାର ଜଳେଶ୍ୱରରେ ବ୍ରାଉନସୁଗାର କାରବାର ଥମିବାର ନାଁ ନେଉନି। ଏଠାରେ ପୁଣି ୨୪୦ ଗ୍ରାମର ବ୍ରାଉନସୁଗାର ଜବତ କରିବା ସହ ୪ ଜଣଙ୍କୁ ଗିରଫ କରିଛି ପୁଲିସ। ଦୁଇଟି ଅଲଗା ଅଲଗା ଜାଗାରୁ ଚଢାଉ କରି ପୁଲିସ ଓ ଅବକାରୀ ବିଭାଗ ଏହି ବ୍ରାଉନସୁଗାର ଜବତ କରିଛି। ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୫୦ ଲକ୍ଷ ଟଙ୍କା ହେବ।
ପେଟ୍ରୋଲିଂ ବେଳେ ଝାଡେଶ୍ୱରପୁର ରାସ୍ତାରେ ଯାଉଥିବା ଜଣେ ଯୁବକକୁ ସନ୍ଦେହ କରି ଅଟକାଇଥିଲା ପୁଲିସ। ପୁଲିସ ତା ନିକଟରୁ ୨୪୦ ଗ୍ରାମର ବ୍ରାଉନସୁଗାର ଜବତ କରିବା ସହ ଉକ୍ତ ଯୁବକଙ୍କୁ ଗିରଫ କରିଥିଲା । ଏଥି ସହ ଝାଡେଶ୍ୱରପୁର ଗାଁର ସେକ୍ ଜମାଲୁଦିନ ଓରଫ ସନିଆ ନାମକ ବ୍ୟକ୍ତିଙ୍କ ଘରେ ବ୍ରାଉନସୁଗାର ଗଚ୍ଛିତ ଥିବା ନେଇ ଜଳେଶ୍ୱର ପୁଲିସର ୨୦ ଜଣିଆ ଟିମ୍ ଚଢାଉ କରିଥିଲା। ଚଢାଉ ବେଳେ ସନିଆ ଘରୁ ଚମ୍ପଟ ମାରିଥିବା ବେଳେ ତାର ୩ ପୁଅକୁ ଥାନାରେ ଅଟକ ରଖି ପଚରାଉଚରା କରାଯାଉଛି। ତେବେ ସନିଆ ଘରୁ କେତେ ପରିମାଣରେ ବ୍ରାଉନସୁଗାର ଜବତ ହୋଇଛି ସେନେଇ କୌଣସି ସୂଚନା ଦେଇନାହାନ୍ତି ପୁଲିସ ।
ଜଳେଶ୍ୱରରୁ ୫୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ୪ ଅଭିଯୁକ୍ତ ଗିରଫ
/sambad/media/post_attachments/wp-content/uploads/2021/10/Brown-Sugar-Sized_Thumbnail.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)