ଭୁବନେଶ୍ବର: ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି) ଅଞ୍ଚଳରେ ବେଆଇନ୍‌ ଭାବେ ପୋଷ୍ଟର ଲଗାଇବା ଏକ ମଲ୍ଟିଡିଜାଇନର୍ ଷ୍ଟୋର ପାଇଁ ମହଙ୍ଗା ପଡ଼ିଛି। ଜୟଦେବ ବିହାର ଅଞ୍ଚଳରେ ଥିବା ଏକ ମଲ୍ଟିଡିଜାଇନର୍ ଷ୍ଟୋର ‘ଇଭୋଲ୍‌ଭ’ ଦ୍ବାରା ରାସ୍ତାକଡ଼ର ଗଛ ଉପରେ ପୋଷ୍ଟର ଲଗାଯିବା ଅଭିଯୋଗରେ ବିଏମ୍‌ସି ୫୦ ହଜାର ଟଙ୍କା ଜରିମାନା ଲଗାଇଛି। ଏଥି ସହିତ ବିଏମ୍‌ସି ସଂପୃକ୍ତ ସଂସ୍ଥା ବିରୋଧରେ ଏତଲା ଦେଇଛି।

Advertisment

ବିଏମ୍‌ସି ପକ୍ଷରୁ ଆହୁରି କୁହାଯାଇଛି ଯେ, ଭୁବନେଶ୍ବରରେ ଗଛ, ବିଦ୍ୟୁତ୍‌ ଖୁଣ୍ଟ ଓ ରାସ୍ତାକଡ଼ରେ ଥିବା କାନ୍ଥରେ ଅଣସ୍ବୀକୃତିପ୍ରାପ୍ତ ପୋଷ୍ଟର ଓ ବ୍ୟାନର ଲଗାନ୍ତୁ ନାହିଁ। ଯଦି କେହି ଅମାନିଆ ହୋଇ ଗଛ, ବିଦ୍ୟୁତ୍‌ ଖୁଣ୍ଟ ଓ ରାସ୍ତାକଡ଼ରେ ଥିବା କାନ୍ଥରେ ଅଣ ସ୍ବୀକୃତିପ୍ରାପ୍ତ ପୋଷ୍ଟର ଓ ବ୍ୟାନର ଲଗାନ୍ତି ତାଙ୍କ ବିରୋଧରେ ଜରିମାନା ଲାଗୁ ହେବ ଏବଂ ଏତଲା ଦିଆଯିବ।