ଭଦ୍ରକରୁ ୫୧ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ, ଜଣେ ଗିରଫ

ଭଦ୍ରକ : ଭଦ୍ରକ ଗ୍ରାମାଂଚଳ ପୁଲିସ ଓ ଭଦ୍ରକ ଟାଉନ୍ ପୁଲିସର ମିଳିତ ଚଢଉରେ ୫୧ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ କରାଯାଇଛି। ଏହି ରାକେଟରେ ସଂପୃକ୍ତ ଥିବା ମୁଖ୍ୟ ଅଭିଯୁକ୍ତ ଏସ୍‌କେ. ରାବୁଲ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି।

ଘଟଣାରୁ ପ୍ରକାଶ ଯେ ଭଦ୍ରକ ପୁଲିସ ରାତ୍ରି ପାଟ୍ରୋଲିଂ ବେଳେ ଭଦ୍ରକର ଚରମ୍ପା ଓ ରାନିତଲ୍ ମଧ୍ୟବର୍ତ୍ତୀ ଅଞ୍ଚଳ ୧୬ ନମ୍ୱର୍ ଜାତୀୟ ରାଜପଥର ଧାମରା ରେଳ ଓଭର ବ୍ରିଜ ନିକଟରେ ସନ୍ଦେହଜନକ ଅବସ୍ଥାରେ ବ୍ରାଉନ ସୁଗାର ମାଫିଆ ଏସ୍‌କେ ରାବୁଲକୁ ପୁଲିସ କାବୁ କରି ନେଇଥିଲା। ତା’ ଠାରୁ ୫ କେଜି ୧୦ ଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇଥିବା ବେଳେ ଗୋଟିଏ ହିରୋ ହୁଣ୍ଡା ସି ଡି ଡିଲକ୍ସ୍ ମଟର ସାଇକେଲ ଓ ଏକ ମୋବାଇଲ ଫୋନ୍ ଜବତ କରାଯାଇଛି। ଅଭିଯୁକ୍ତଙ୍କ ନାମରେ ମାମଲା ରୁଜୁ କରାଯାଇ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏହି ରାକେଟରେ ବାଲେଶ୍ଵର, ଜଳେଶ୍ଵର, ଭଦ୍ରକ ଓ ଯାଜପୁର ଜିଲ୍ଲାର ବହୁ ମାଫିଆ ସଂପୃକ୍ତି ରହିଛନ୍ତି। ସେମାନଙ୍କୁ ପୁଲିସ ଗିରଫ କରିବାକୁ ଯୋଜନା କରିଛି।

ସମ୍ବନ୍ଧିତ ଖବର