ଖୋର୍ଧା-ବଲାଙ୍ଗୀର ରେଳପଥକୁ ୫୨୦ କୋଟି

ଭୁବନେଶ୍ବର : ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତନାଘନା କରିବା ପରେ କେନ୍ଦ୍ରୀୟ ବଜେଟ୍‌ରେ ଖୋର୍ଧା-ବଲାଙ୍ଗୀର ରେଳପଥ (୨୮୯ କିଲୋମିଟର) ପ୍ରକଳ୍ପକୁ ଯଥେଷ୍ଟ ଗୁରୁତ୍ବ ମିଳିଛି। ଏମିତି ଯେ ୨୦୧୯-୨୦ରେ ଏହି ପ୍ରକଳ୍ପକୁ ୩୫୦ କୋଟି ଟଙ୍କା ଦିଆଯାଇଥିବା ବେ​ଳେ ୨୦୨୦-୨୧ରେ ଅନୁଦାନ ରାଶିକୁ ବଢାଇ ଦିଆଯାଇଛି। ଅର୍ଥାତ୍ ଖୋର୍ଧା-ବଲାଙ୍ଗୀର ରେଳପଥକୁ ମିଳିଛି ୫୨୦ କୋଟି ଟଙ୍କା। ଏହି ପ୍ରକଳ୍ପକୁ ୨୦୧୭-୧୮ (୭୦୦ କୋଟି ) ଓ ୨୦୧୮-୧୯ (୬୨୫ କୋଟି) ରେ ବି ଉଲ୍ଲେଖନୀୟ ଅର୍ଥ ପ୍ରଦାନ କରାଯାଇଥିଲା।

ଏହି ପ୍ରକଳ୍ପକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଯଥେଷ୍ଟ ଗୁରୁତ୍ବ ଦେଉଛନ୍ତି। ୨୦୧୫ ମସିହାରୁ ପ୍ରଧାନମନ୍ତ୍ରୀ ଏକାଧିକବାରା ଏହା ଉପରେ ସମୀକ୍ଷା କରିଥିଲେ। େଶଷଥର ପାଇଁ ଚଳିତବର୍ଷର ପ୍ରଥମ ପ୍ରଗତି ବୈଠକରେ ଏହା ଉପରେ ସମୀକ୍ଷା କରାଯାଇଥିଲା। ଏଥିରେ ତିନିଟି ନିଷ୍କର୍ଷ ସାମ୍ନାକୁ ଆସିଥିଲା। ରାଜ୍ୟ ସରକାର ପ୍ରତିଶ୍ରୁତି ଦେଇଥିଲେ େଯ ବୌଦ୍ଧ ଏବଂ ସୋନପୁର ଜିଲ୍ଲାରେ ଜମି ଅଧିଗ୍ରହଣ ନେଇ ସମସ୍ୟା ଦେଖାଯାଇଛି। କିଛି ସ୍ଥାନରେ ଜଙ୍ଗଲ ଏବଂ ପରିବେଶ ମଞ୍ଜୁରୀ ପ୍ରକ୍ରିୟା ତ୍ବରାନ୍ବିତ ହେବାର ଆବଶ୍ୟକତା ରହିଛି। ଯଦି ଏହା କରିଦିଆଯାଏ, ତେବେ ୬ମାସ ମଧ୍ୟରେ ଅଧିଗ୍ରହଣ କାର୍ଯ୍ୟ ସରିବ। ଏହି କାର୍ଯ୍ୟ ତ୍ବରାନ୍ବିତ ହେବ ବୋଲି କେନ୍ଦ୍ର ଜଙ୍ଗଲ ଓ ପରିବେଶ ବିଭାଗ ସମ୍ମତି ଜଣାଇଥିଲେ। ୨୦୨୩ ସୁଦ୍ଧା ଏହି ପ୍ରକଳ୍ପ କାର୍ଯ୍ୟ େଶଷ ହେବ ବୋଲି ସାନି ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ରେଳ ମନ୍ତ୍ରଣାଳୟ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ କୁହାଯାଇଥିଲା ଯେ ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପରେ ରେଳ ଟ୍ରାକର ନିର୍ମାଣ କାର୍ଯ୍ୟ ଠିକ୍ ଗତିରେ ଚାଲୁଅଛି।

ଉଲ୍ଲେଖଯୋଗ୍ୟ, ଏନ୍‌ଡିଏ ସରକାର ପ୍ରକଳ୍ପ ପାଇଁ ଆଗ୍ରହ ଦେଖାଇବାରୁ ରାଜ୍ୟ ସରକାର ୨୦୦୦ କୋଟି ଟଙ୍କା ପ୍ରଦାନ କରିଛନ୍ତି ଏବଂ ଏହି ଅର୍ଥରେ ଜମି ଅଧିଗ୍ରହଣ କାର୍ଯ୍ୟ କରାଯାଉଛି ବୋଲି ରାଜ୍ୟ ସରକାର ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର