ପୂର୍ତ୍ତ ବିଭାଗର ୧୨୨ ଅଫିସ୍‌ର ୫୮.୮୨ଲକ୍ଷ ବିଦ୍ୟୁତ ବିଲ୍‌ ବାକି

ଭୁବନେଶ୍ବର : ପୂର୍ତ୍ତ ବିଭାଗର ୭ଟି ଜିଲ୍ଲାରେ ଥିବା ୧୨୨ଟି କାର୍ଯ୍ୟାଳୟରେ ୫୮ଲକ୍ଷ ୮୨ହଜାର ୨ଟଙ୍କା ବିଦ୍ୟୁତ୍‌ ବିଲ୍‌ ବାକି ଅଛି। ତେଣୁ ଏହାକୁ ତୁରନ୍ତ ପୈଠ କରିବାକୁ ଟିପିସିଓଡିଏଲ୍‌ ସିଇଓ ଏମ୍‌.ଶେନବାଗମ ପୂର୍ତ୍ତ ସଚିବ କ୍ରିଷନ କୁମାରଙ୍କୁ ଚିଠି ଲେଖିଛନ୍ତି। ଟିପିସିଓଡିଏଲ୍‌ ପକ୍ଷରୁ ଲେଖାଯାଇଥିବା ଚିଠିରେ କୁହାଯାଇଛି ଯେ ପୂର୍ତ୍ତ ବିଭାଗର ୭ଟି ଜିଲ୍ଲାରେ ଥିବା ୧୨୨ଟି କାର୍ଯ୍ୟାଳୟରେ ୫୮ଲକ୍ଷ ୮୨ହଜାର ଟଙ୍କା ବାକି ରହିଛି। ତେଣୁ ଏହି ବକେୟା ଅର୍ଥ ତୁରନ୍ତ ଦିଆଯାଉ।

ଟିପିସିଓଡିଏଲ୍‌ର ସୂଚନା ଅନୁଯାୟୀ, ଅନୁଗୁଳରେ ଥିବା ୧୩ଟି ଅଫିସ୍‌ରେ ୧୪ଲକ୍ଷ ୪୬ହଜାର ୫୨୫ଟଙ୍କା, କଟକରେ ୨୬ଟି ଅଫିସ୍‌ରେ ୫ଲକ୍ଷ ୯୮ହଜାର ୯୯୨ଟଙ୍କା, ଢେଙ୍କାନାଳରେ ୧୭ଟି ଅଫିସ୍‌ରେ ୧୪ଲକ୍ଷ ୬୨ହଜାର ୩୧୬ଟଙ୍କା, କେନ୍ଦ୍ରାପଡ଼ାରେ ୧୧ଟି ଅଫିସ୍‌ରେ ୧ଲକ୍ଷ ୭୪ହଜାର ୭୪୯ଟଙ୍କା, ଖୋର୍ଦ୍ଧାରେ ୨୮ଟି ଅଫିସ୍‌ରେ ୧୨ଲକ୍ଷ ୭୬ହଜାର ୪୦୦ଟଙ୍କା, ନୟାଗଡ଼ରେ ୭ଟି ଅଫିସ୍‌ରେ ୧ଲକ୍ଷ ୨୮ହଜାର ୩୨୩ଟଙ୍କା, ପୁରୀରେ ୨୦ଟି ଅଫିସ୍‌ରେ ୭ଲକ୍ଷ ୯୪ହଜାର ୬୯୮ଟଙ୍କା ବିଦ୍ୟୁତ୍‌ ବିଲ୍‌ ବାକି ଅଛି।

ସମ୍ବନ୍ଧିତ ଖବର