କାର୍‌ରୁ ୬ ଲକ୍ଷ ୫୦ ହଜାର ଟଙ୍କା‌ ଜବତ

ଜଗତସିଂହପୁର : ଆଜି ପାରାଦୀପ ନିର୍ବାଚନମଣ୍ତଳୀ ଅଧୀନ କୁଜଙ୍ଗ ବ୍ଲକ୍‌ର ତାଳଦଣ୍ତା ନିକଟରେ ଆଜି ଏକ କାର୍‌ରୁ ୬ଲକ୍ଷ ୫୦ହଜାର ଟଙ୍କା ଜବତ କରାଯାଇଛି। ଫ୍ଲାଇଂ ସ୍କ୍ବାଡ୍‌ ପକ୍ଷରୁ ଯାଞ୍ଚ କରାଯାଉଥିବା ବେଳେ ଓଆର-୦୫ଏଭି-୩୮୦୭ ନମ୍ବର କାର୍‌ରୁ ୬ ଲକ୍ଷ ୫୦ ହଜାର ଟଙ୍କା ମିଳିଥିଲା। କାର୍‌ରେ ଥିବା ବ୍ୟକ୍ତି ଉକ୍ତ ଟଙ୍କା ସମ୍ପର୍କରେ ସନ୍ତୋଷଜନକ ଉତ୍ତର ଦେଇ ନ ପାରିବାରୁ ଟଙ୍କାକୁଚ ଜବତ କରାଯାଇ ଟ୍ରେଜେରୀରେ ଜମା କରାଯାଇଛି। ଜବତ ହୋଇଥିବା ଟଙ୍କା କେଉଁ ପ୍ରାର୍ଥୀଙ୍କର ତାହାକୁ ନେଇ ସାଧାରଣରେ ଚର୍ଚା ଜୋର୍‌ ଧରିଛି।

ସମ୍ବନ୍ଧିତ ଖବର