ରିଚାର୍ଜ ନାଁରେ ୬ କୋଟି ଠକେଇ ! ସଂସ୍ଥାରେ ତାଲା, ଏଜେଣ୍ଟ କଲେ ପୁଲିସରେ ଅଭିଯୋଗ

କଟକ : ମୋବାଇଲ ଓ ଡିଟିଏଚ୍‌ ସେବା ଏକ ବର୍ଷ ଯାଏ ମାଗଣାରେ ଯୋଗାଇବାର ପ୍ରଲୋଭନ ଦେଖାଇ ଏକ ଘରୋଇ ସ˚ସ୍ଥା ପ୍ରାୟ ୬ କୋଟି ଟଙ୍କା ଠକିଥିବା ଅଭିଯୋଗ ହୋଇଛି। ଆଜି ସ˚ସ୍ଥାର ଏଜେଣ୍ଟ ଡିସିପି ଅଫିସରେ ସ˚ସ୍ଥା ବିରୋଧରେ ଅଭିଯୋଗ ଦେଇଛନ୍ତି। ଟଙ୍କା ଫେରସ୍ତ ସହିତ ଅଭିଯୁକ୍ତ ସ˚ସ୍ଥାର ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି।

ସୂଚନା ଅନୁଯାୟୀ, ୨୦୨୦ ମେ ମାସରେ ସଦର ଥାନା ଅନ୍ତର୍ଗତ ବୟାଳିଶ ମୌଜା ଅଞ୍ଚଳର ଏକ ଘରୋଇ ସ˚ସ୍ଥା ରାଜ୍ୟରେ ପ୍ରାୟ ୨୦୦ରୁ ଅଧିକ ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେଇଥିଲା। ସ˚ସ୍ଥା ଏଜେଣ୍ଟଙ୍କୁ ଲୋଭ ଦେଖାଇଥିଲା ଯେ ଜଣେ ମୋବାଇଲ ଗ୍ରାହକ ଏକ ବର୍ଷ ପାଇଁ ୯୯୯ ଟଙ୍କା ମୋବାଇଲ୍‌ ରିଚାର୍ଜ କଲେ ତାକୁ କମ୍ପାନି ଅନଲିମିଟେଡ୍‌ କଲ ଏବ˚ ଦୈନିକ ୨ ଜିବି ଡାଟା ଯୋଗାଇବ। ଜଣେ ଗ୍ରାହକର ମୋବାଇଲ୍‌ ରିଚାର୍ଜ ହେଲେ ସ˚ସ୍ଥା ସମ୍ପୃକ୍ତ ଏଜେଣ୍ଟଙ୍କୁ ୧୨୫ ଟଙ୍କା କମିସନ ଦେବା ନେଇ ପ୍ରତିଶ୍ରୁତି ଦେଇଥିଲା। ସେହିପରି ଜଣେ ଗ୍ରାହକର ୧୪ଶହ ୯୯ ଟଙ୍କାର ଡିଟିଏଚ୍‌ ରିଚାର୍ଜ କଲେ ବର୍ଷ ସାରା ମାଗଣାରେ ଟିଭି ଦେଖିପାରିବେ। ଏହାସହିତ ଏଜେଣ୍ଟଙ୍କୁ ୧୩୫ ଟଙ୍କା କମିସନ ମିଳିବ। ଏଭଳି ଲୋଭନୀୟ ପ୍ରତିଶ୍ରୁତିରେ ଏଜେଣ୍ଟମାନେ ରାଜ୍ୟରେ ପ୍ରାୟ ୨ ଲକ୍ଷ ପାଖାପାଖି ଗ୍ରାହକଙ୍କ ଡିଟିଏଚ୍‌ ଓ ମୋବାଇଲ୍‌ ରିଚାର୍ଜ କରିଥିଲେ। କିନ୍ତୁ ଏବେ ପୂର୍ବ ପ୍ରତିଶ୍ରୁତି ମୁତାବକ ଏକ ବର୍ଷ ଯାଏ ମାଗଣାରେ ସେବା ଯୋଗାଇବା ବଦଳରେ ମାତ୍ର ଦୁଇ ତିନି ମାସରେ ସେବା କାଟି ଦିଆଯାଇଛି। ରାଜ୍ୟରେ ପ୍ରାୟ ୬ କୋଟି ଟଙ୍କାର ଠକେଇ ହୋଇଥିବା ଅନୁମାନ କରାଯାଉଛି। ଗ୍ରାହକମାନେ ଠକେଇର ଶିକାର ହୋଇ ଏଜେଣ୍ଟଙ୍କୁ ଧରିବାରୁ ଏଜେଣ୍ଟମାନେ ଏବେ ଅଡ଼ୁଆରେ ପଡ଼ିଯାଇଛନ୍ତି। ସମ୍ପୃକ୍ତ ସ˚ସ୍ଥାକୁ ଏଜେଣ୍ଟମାନେ ଗଲାକାଲି ଯାଇଥିଲେ। କିନ୍ତୁ ସ˚ସ୍ଥାରେ ତାଲା ଝୁଲିଥିଲା। ଆଜି ଏଜେଣ୍ଟମାନେ ମିଳିତ ହୋଇ ଡିସିପିଙ୍କ ଅଫିସରେ ଫେରାଦ ହୋଇଛନ୍ତି। ଏହି ଘଟଣାର ତଦନ୍ତ ସହିତ ଟଙ୍କା ଫେରସ୍ତ ନେଇ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର