ଗ୍ରାହକ ସାଜି ନେଇଗଲେ ୬ ଲକ୍ଷର ସୁନା ଅଳଙ୍କାର, ଚୋରିର ଦୃଶ୍ୟ ସିସିଟିଭିରେ କଏଦ

ରାଉରକେଲା: ଗ୍ରାହକ ସାଜି ଅଳଙ୍କାର ଦୋକାନରେ ପହଞ୍ଚିଲେ ଜଣେ ଚୋର। ବେଶ୍‌ କିଛି ସମୟ ବିଭିନ୍ନ ଅଳଙ୍କାରଗୁଡ଼ିକ ଦେଖିଲେ। କର୍ମଚାରୀଙ୍କ ଅନ୍ୟମନସ୍କର ସୁଯୋଗ ନେଇ ୬ ଲକ୍ଷର ଏକ ନେକ୍‌ଲେସ୍‌ ଧରି ସୁନା ଦୋକାନରୁ ଛୁ ମାରିଲେ। ଏମିତି ଘଟଣା ଘଟିଛି ରାଉରକେଲା ମୁଖ୍ୟମାର୍ଗସ୍ଥିତ କନିଷ୍କ ଜୁଏଲାରୀରେ। ସିସିଟିଭି ଫୁଟେଜ୍‌ ଆଧାରରେ ପ୍ଲାଣ୍ଟସାଇଟ୍‌ ପୁଲିସ ଘଟଣାର ତଦନ୍ତ ଚଳାଇଛି। ରାଉରକେଲା ଡିଲକ୍ସ ଗଳିରେ ସୁନା ବ୍ୟବସାୟୀ ସନାତନ ମଣ୍ଡଳ ପରିବାର ସହ ରହନ୍ତି। ତାଙ୍କର ରାଉରକେଲା ଟ୍ୟାକ୍ସି ଷ୍ଟାଣ୍ଡସ୍ଥିତ ମୁଖ୍ୟ ବଜାରରେ ‘କନିଷ୍କ ଜୁଏଲାରୀ’ ନାମରେ ସୁନା ଅଳଙ୍କାର ଦୋକାନ ରହିଛି।

ଆଜି ଅପରାହ୍ନ ପ୍ରାୟ ସାଢ଼େ ୩ଟାରେ ଦୋକାନରେ ସନାତନଙ୍କ ପୁଅ ଓ କର୍ମଚାରୀ ଥିଲେ। ଏତିକିବେଳେ ଜଣେ ଚୋର ଗ୍ରାହକ ସାଜି ଦୋକାନ ଭିତରକୁ ପଶିଥିଲେ। କିଛି ସୁନା ଅଳଙ୍କାର ଦେଖାଇବାକୁ କର୍ମଚାରୀଙ୍କୁ କହିଥିଲେ। ଗ୍ରାହକ ସାଜିଥିବା ଚୋରର କହିବାନୁଯାୟୀ କର୍ମଚାରୀମାନେ ବିଭିନ୍ନ ଡିଜାଇନ୍‌ରେ ଅଳଙ୍କାର ଦେଖାଇଥିଲେ। କର୍ମଚାରୀ ଜଣକ ସୋ’କେସ୍‌ରୁ ଅନ୍ୟ ଅଳଙ୍କାର ଆଣୁଥିବା ବେଳେ ଚୋର ଜଣକ ଚତୁରତାର ସହ ୬ ଲକ୍ଷ ଦାମରେ ଏକ ନେକ୍‌ସେଲ୍‌ ନିଜ ପକେଟ୍‌ରେ ପୁରାଇ ଦେଇଥିଲେ।

ସମ୍ବନ୍ଧିତ ଖବର