ବନ୍ଧୁକ ମୁନରେ ଷ୍ଟେଟ ବ୍ୟାଙ୍କରୁ ଲୁଟିନେଲେ ୬ ଲକ୍ଷ୍ ଟଙ୍କା! ସିସିଟିଭି ଓ କମ୍ପ୍ୟୁଟର ଭାଙ୍ଗିଲେ ଦୁର୍ବୃତ୍ତ

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାର କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ ଡୁମେରଜୋର ପଞ୍ଚାୟତ ପରିସର ଭିତରେ ଥିବା ଏସବିଆଇ (ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ)ରୁ ହୋଇଛି ସଶସ୍ତ୍ର ଡକାୟତି I ଅପରାହ୍ଣ ୩ ଘଟିକା ସମୟରେ ପାଞ୍ଚ ଜଣ ଦୁର୍ବୃର୍ତ୍ତ ଏକ ନଂ ବିହୀନ ଗାଡିରେ ଆସି ବ୍ୟାଙ୍କ ଭିତରକୁ ପଶିଥିଲେ ଲୁଟ୍ ପାଇଁ । ବ୍ୟାଙ୍କ୍ ଭିତରକୁ ଗଲା ବେଳେ ତାଙ୍କ ହାତରେ ଦୁଇଟି ଦେଶୀ ପିସ୍ତଲ, ଦେଶୀ ଦାଉଲି, ଲୁହା ଛଡ ଓ ହକି ବାଡ଼ି ଥିଲା l

ପ୍ରଥମେ ସିସିଟିଭି ଓ କମ୍ପ୍ୟୁଟର ଗୁଡିକୁ ଭାଙ୍ଗି ଦେଇଥିଲେ। ତାପରେ ସେମାନେ ଏହି ଅସ୍ତ୍ର ଶସ୍ତ୍ର ସାହାଯ୍ୟରେ ଶାଖା ପରିଚାଳକ ଓ ଜଣେ ଅସ୍ଥାୟୀ ସହକର୍ମୀଙ୍କୁ ମାଡ ମାରି କାନରେ ବନ୍ଧୁକ ସଟାଇ ପାଖାପାଖି ୬ ଲକ୍ଷ ଟଙ୍କା ନେଇ ଫେରାର୍ ହୋଇ ଯାଇଥିଲେ l ପରେ ପଞ୍ଚାୟତ ଓ ବ୍ୟାକ୍ ତରଫରୁ ମୁଖ୍ୟ କାର୍ଯ୍ୟାଳୟ ଓ ବୀରମିତ୍ରପୁର ଥାନାକୁ ଲୁଟ୍ ବାବଦରେ ଜଣାଇଥିଲେ l ଘଟଣାସ୍ଥଳରେ ପୁଲିସ ପହଞ୍ଚି ତନାଘନା ତଦନ୍ତ ଚଳାଇଛି I  ଦୁର୍ବୃତ୍ତ ମାନଙ୍କ କୌଣସି ପତ୍ତା ମିଳିପାରି ନାହିଁ l ଖବର ପାଇବାପରେ ପୁଲିସ ତରଫରୁ ବିଭିନ୍ନ ଅଞ୍ଚଳ ସିଲ୍ କରାଯାଇଛି ଏବଂ ଦୁର୍ବୃତ୍ତ ମାନଙ୍କୁ ଧରିବା ପାଇଁ ଛାନ୍‌ଭିନ ଜାରି ରହିଛି l

ସମ୍ବନ୍ଧିତ ଖବର