ବ୍ରଜରାଜନଗର: ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଥାନା ଅନ୍ତର୍ଗତ ପୁରୁଣା ବସ୍ଷ୍ଟାଣ୍ଡ ନିକଟରୁ ମଙ୍ଗଳବାର ଅପରାହ୍ଣ ପ୍ରାୟ ୨ଟାରେ ବାଇକ୍ରେ ଥିବା ଲକ୍ଷେ ୬୦ ହଜାର ଟଙ୍କା ଲୁଟ୍ ହୋଇଥିବା ବାଇକ୍ ଅରୋହୀ ଲଜକୁରା ଗ୍ରାମର ମୀନକେତନ ତନ୍ତୀ ବ୍ରଜରାଜନଗର ଥାନାରେ ଅଭିଯୋଗ କରିଛନ୍ତି। ମୀନକେତନ ହୀରାଖଣ୍ଡ ବୁନ୍ଦିଆ କୋଇଲାଖଣିରେ କାର୍ଯ୍ୟ କରନ୍ତି। ଆଜି ବ୍ରଜରାଜନଗର ସ୍ଥିତ ଲମଟିବାହାଲ ଷ୍ଟେଟ ବ୍ୟାଙ୍କ୍ରୁ ସେ ୧ଲକ୍ଷ ୬୦ ହଜାର ଟଙ୍କା ଉଠାଇବା ପରେ ଏକ ବ୍ୟାଗରେ ରଖିଥିଲେ। ବ୍ୟାଙ୍କରୁ ବାହାରି ବିଜୁ ପଟ୍ଟନାୟକ ଛକ, ମଧୁସୂଦନ ଛକ ହୋଇ ଯିବା ସମୟରେ ପୁରୁଣା ବସ୍ଷ୍ଟାଣ୍ଡ ନିକଟରେ ପରିସ୍ରା କରିବାକୁ ବାଇକ୍ ରଖି ରେଲ୍ୱେ କଲୋନି ପଟକୁ ଯାଇଥିଲେ। ଫେରିବା ପରେ ଗାଡ଼ି ଡିକି ଖୋଲା ଥିବା ଦେଖିଥିଲେ। ଡିକିରେ ଟଙ୍କା ବ୍ୟାଗ୍ ନଥିଲା। ଖବରପାଇ ବ୍ରଜରାଜନଗର ଥାନା ଆଇଆଇସି ବୈକୁଣ୍ଠ ସେଠ, ଏସ୍ଡିପିଓ ଦିଲୀପ ଦାସ ବ୍ୟାଙ୍କରେ ପହଞ୍ଚି ଅନୁସନ୍ଧନ କରିବା ସହିତ ସିସିଟିଭି ଫୁଟେଜ୍ ଯାଞ୍ଚ କରିଥିଲେ। ଲୁଟେରା ଗ୍ୟାଙ୍ଗ ଧରିବା ନେଇ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜରି ରଖିଛି।
ବାଇକ୍ ଡିକିରୁ ଲକ୍ଷେ ୬୦ ହଜାର ଟଙ୍କା ଲୁଟ୍
/sambad/media/post_attachments/wp-content/uploads/2021/08/loot-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)