ରାଜ୍ୟର ସବୁ ସରକାରୀ ଚିକିତ୍ସାଳୟରେ କରୋନା ୱାର୍ଡ ନିର୍ମାଣ ପାଇଁ ଖର୍ଚ୍ଚ ହେବ ୬୩.୫୭କୋଟି

ଆସାମରେ ବନ୍ଦ ହେଲା ମଦ ଦୋକାନ, ଓଡ଼ିଶାରେ କେବେ?

ଭୁବନେଶ୍ବର : ରାଜ୍ୟ ସରକାର ସବୁ ସରକାରୀ ହସ୍ପିଟାଲରେ କରୋନା ସନ୍ଦିଗ୍ଧଙ୍କ ପାଇଁ ସଙ୍ଗରୋଧ କେନ୍ଦ୍ରର ବ୍ୟବସ୍ଥା ହେବ। ଏହାସହ ସେମାନଙ୍କୁ ପ୍ରାଥମିକ ଚିକିତ୍ସା ଯୋଗାଇବାର ବ୍ୟବସ୍ଥା ହେବ। ଏଥିପାଇଁ ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ସବ୍‌ଡିଭିଜନସ୍ତରୀୟ ଚିକିତ୍ସାଳୟ, ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର, ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଏହି ସୁବିଧା ଉପଲବ୍ଧ ହେବ। ଏହି ସବୁ ହସ୍ପିଟାଲରେ ଥିବା ପୁରୁଣା ସୁରକ୍ଷିତ କୋଠା, ଅବ୍ୟବହୃତ କୋଠା ଏବଂ କମ୍‌ ବ୍ୟବହାର ହେଉଥିବା କୋଠାକୁ ଏଥିପାଇଁ ବ୍ୟବହାର କରାଯିବ। ‌ସମସ୍ତ ହସ୍ପିଟାଲରେ ଭିତ୍ତିଭୂମି ସଜାଡ଼ିବାକୁ ରାଜ୍ୟ ସରକାର ୬୩କୋଟି ୫୭ଲକ୍ଷ ଟଙ୍କା ଖର୍ଚ୍ଚ କରିବେ। ହସ୍ପିଟାଲର ଭିତ୍ତିଭୂମି ସଜାଡ଼ିବାକୁ ପୂର୍ତ୍ତ ବିଭାଗକୁ ଦାୟିତ୍ବ ଦିଆଯାଇଥିବାବେଳେ ପୂର୍ତ୍ତ ବିଭାଗ ପକ୍ଷରୁ ଏନେଇ ଖର୍ଚ୍ଚ ଆକଳନ କରି ରାଜ୍ୟ ସରକାରଙ୍କୁ ଦିଆଯାଇଛି। ଖୁବ୍‌ ଶୀଘ୍ର କାମ ଆରମ୍ଭ ହେବ। ମିଳିଥିବା ସୂଚନା ଅନୁଯାୟୀ, ୭୧ଟି ଏସ୍‌ଡିଏଚ୍ ଏବଂ ଡିଏଚ୍‌ଏଚ୍‌ ପାଇଁ ୨୪କୋଟି ୭୧ଲକ୍ଷ ଏବଂ ୨୮୩ଟି ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର, ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପାଇଁ ୩୮କୋଟି ୮୬ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ ହୋଇଛି।

ଆସାମରେ ବନ୍ଦ ହେଲା ମଦ ଦୋକାନ, ଓଡ଼ିଶାରେ କେବେ?
ଭୁବନେଶ୍ବର : କରୋନା ମୁକାବିଲା ପାଇଁ ଆଗାମୀ ୧୫ ଦିନ ବେଶ୍‌ ଗୁରୁତ୍ବପୂର୍ଣ୍ଣ ହୋଇଥିବାରୁ ସରକାର ଯଥାସାଧ୍ୟ ଉଦ୍ୟମ ଅବ୍ୟାହତ ରଖିଛନ୍ତି। ତେବେ କରୋନା ମୁକାବିଲାରେ ଓଡ଼ିଶା ଠାରୁ ଅନ୍ୟ ରାଜ୍ୟମାନେ କିଛି କ୍ଷେତ୍ରରେ ଆଗରେ ରହିଥିବା ପରିଲକ୍ଷିତ ହୋଇଛି। ଆସାମ ସରକାର ରାଜ୍ୟର ସମସ୍ତ ମଦ ଦୋକାନ ଆସନ୍ତା ୩୧ ତାରିଖ ଯାଏଁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। କରୋନା ଭାଇରସ ବ୍ୟାପିବା ଆଶଙ୍କାରେ ସମସ୍ତ ବଡ଼ ବଡ଼ ମଲ ଓ ଗହଳି ହେଉଥିବା ଅନ୍ୟ ସମସ୍ତ ପ୍ରତିଷ୍ଠାନ ବନ୍ଦ ଥିବା ବେଳେ ଆଜି ସମସ୍ତ ‘ଅଫ୍‌’ ଓ ‘ଅନ୍‌’ ସପ୍‌ ବନ୍ଦ କରିବାକୁ ଅବକାରୀ ଅତିରିକ୍ତ ଆୟୁକ୍ତ ଆଦେଶନାମା ଜାରି କରିଛନ୍ତି। କରୋନା ମୁକାବିଲା ପାଇଁ ପ୍ରତ୍ୟେକ ଦିନ ଓଡ଼ିଶା ସରକାର ରଣନୀତି ପ୍ରସ୍ତୁତ କରୁଛନ୍ତି। ହେଲେ ଆସାମ ଭଳି ମଦ ଦୋକାନ ସବୁ କେବେ ବନ୍ଦ ହେବ ପ୍ରଶ୍ନ ଉଠିଛି।

ଚଳଚ୍ଚିତ୍ର ନିଗମ ପକ୍ଷରୁ ଆଡଭାଇଜରି ଜାରି : ଚଳଚ୍ଚିତ୍ର ଓ ସିରିଏଲ୍ ସୁଟିଂ ବନ୍ଦ ରଖିବାକୁ ଅନୁରୋଧ
କଟକ : କରୋନାକୁ ନେଇ ସାରା ବିଶ୍ବରେ ଆତଙ୍କ ଦେଖା ଦେଇଥିବା ବେଳେ ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ ପକ୍ଷରୁ ଚଳଚ୍ଚିତ୍ର ସୁଟିଂ ବନ୍ଦ ପାଇଁ ଅନୁରୋଧ କରାଯାଇଛି। ମାର୍ଚ୍ଚ ୧୯ରୁ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଚଳଚ୍ଚିତ୍ର, ଟିଭି ସିରିଏଲ୍, ଟିଭି କାର୍ଯ୍ୟକ୍ରମ, ୱେବ୍ ସିରିଜ୍ ସୁଟିଂ ବନ୍ଦ ରଖିବା ପାଇଁ ନିଗମ ପକ୍ଷରୁ ରାଜ୍ୟର ସମସ୍ତ ପ୍ରଯୋଜକ, ନିର୍ଦ୍ଦେଶକ, ସ୍ବାଧୀନ ଚଳଚିତ୍ର ନିର୍ମାତା ଓ ସେମାନଙ୍କ ୟୁନିଟକୁ ଅନୁରୋଧ କରାଯାଇଛି। କରୋନା ଭଳି ସଂକ୍ରମଣକୁ ବ୍ୟାପିବାରୁ ରୋକିବା ଲାଗି ଏହି ପ୍ରସଂଗରେ ସମସ୍ତଙ୍କ ସହଯୋଗ ଲୋଡା ବୋଲି ନିଗମ ପରିଚାଳନା ନିର୍ଦ୍ଦେଶକ ଡକ୍ଟର ନୀତିନ୍.ବି.ଜୱାଲେଙ୍କ ପକ୍ଷରୁ ଜାରି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି।

ସମ୍ବନ୍ଧିତ ଖବର