କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହେଲେ ଶବ ସତ୍କାର ପାଇଁ ରାଜ୍ୟ ସରକାର ଦେବେ ୭୫୦୦ ଟଙ୍କା

ଭୁବନେଶ୍ୱର: ମହାମାରୀ କରୋନା ଭାଇରସ ଯୋଗୁଁ ମୃତ୍ୟୁ ଘଟୁଥିବା ଲୋକଙ୍କ ଶବ ସତ୍କାର ପାଇଁ ରାଜ୍ୟ ସରକାର ୭ ହଜାର ୫୦୦ ଟଙ୍କା ଆର୍ଥିକ ସହାୟତା ରାଶି ଯୋଗାଇବେ । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜରିଆରେ ଏହି ସୂଚନା ଦିଆଯାଇଛି । ରାଜ୍ୟ ସରକାର ଜଣେ ବ୍ୟକ୍ତିଙ୍କର ଶବ ସତ୍କାର ପାଇଁ ୭ ହଜାର ୫୦୦ ଟଙ୍କା ଖର୍ଚ୍ଚ କରିବେ । ଏହି ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଦିଆଯିବ ।

ସୂଚନାଯୋଗ୍ୟ, କରୋନା ଭାଇରସ ଯୋଗୁଁ ମୃତ୍ୟୁ ହେଉଥିବା ବ୍ୟକ୍ତିମାନଙ୍କର ଶବ ସତ୍କାର ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି । କରୋନା ଭାଇରସରେ ମୃତ୍ୟୁ ହେଉଥିବା ବ୍ୟକ୍ତିଙ୍କ ଶବକୁ ପରିବାର ଲୋକେ ସିଧାସଳଖ ନେଇପାରିବେ ନାହିଁ । ରାଜ୍ୟ ସରକାରଙ୍କ କୋଭିଡ-୧୯ ଗାଇଡଲାଇନ ଅନୁସାରେ ଶବ ସତ୍କାର ହେବ ।

ସମ୍ବନ୍ଧିତ ଖବର