ଅବସର ପ୍ରାପ୍ତ ଶିକ୍ଷକଙ୍କ ବ୍ୟାଙ୍କ ଏକାଉଣ୍ଟରୁ ୬୫ ହଜାର ଟଙ୍କା ଗାଏବ

ତେନ୍ତୁଳିଖୁଣ୍ଟି : ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ବାଗନାଗୁଡା ଗ୍ରାମର ଅବସର ପ୍ରାପ୍ତ ଶିକ୍ଷକ ସୁବାଷ ଚନ୍ଦ୍ର ସାହୁଙ୍କ ବ୍ୟାଙ୍କ ଏକାଉଣ୍ଟରୁ ୬୫ ହଜାର ଟଙ୍କା ଗାଏବ ହୋଇଛି । ଏନେଇଁ ଆଜି ସୁବାଷ ଚନ୍ଦ୍ର ସାହୁ ତେନ୍ତୁଳିଖୁଣ୍ଟି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଶ୍ରୀ ସାହୁଙ୍କ ବ୍ୟାଙ୍କ ଏକାଉଣ୍ଟରୁ ସାତ ଥରରେ ୬୫ ହଜାର ଟଙ୍କା ଉଠିଥିବା ଅଭିଯୋଗ ହୋଇଛି ।

ସୂଚନା ଅନୁଯାୟୀ ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀ ସାହୁ ଦୀର୍ଘ ମାସ ଧରି କର୍କଟ ରୋଗରେ ପୀଡିତ ହୋଇ ଚିକିତ୍ସାଧୀନ ରହିଛନ୍ତି । ହେଲେ ତାଙ୍କ ଏକାଉଣ୍ଟରୁ କେମିତି ଏତେ ଟଙ୍କା ଉଠାଯାଇଛି ସେ ନେଇଁ ଚିନ୍ତାରେ ପଡିଛନ୍ତି । ସେ କାହାରିକୁ ଏଟିଏମ କାର୍ଡ କିମ୍ବା ଏଟିଏମ ନମ୍ବର ଦେଇନଥିବା ବେଳେ କେମିତି ଏତେ ଗୁଡ଼ାଏ ଟଙ୍କା କେମିତି ଉଠିଲା ବୋଲି ପ୍ରକାଶ କରିଛନ୍ତି । ସୁବାଷ ଚନ୍ଦ୍ର ସାହୁଙ୍କ ବ୍ୟାଙ୍କ ଏକାଉଣ୍ଟ ନଂ ୧୧୭୯୮୬୭୬୯୬୫ ରୁ ସି.ଏସ.ପି ଜରିଆରେ ସାତ ଥରରେ ୬୫ ହଜାର ଟଙ୍କା ଉଠିଥିବା ଅଭିଯୋଗ ହୋଇଛି ! ୨୦ ଅକ୍ଟୋବର, ୨୨ ଅକ୍ଟୋବର, ୨୩ ଅକ୍ଟୋବର, ୨୪ ଅକ୍ଟୋବର, ୨୬ ଅକ୍ଟୋବର ୦୧ ନଭେମ୍ବର ରେ ୧୦ ହଜାର ଟଙ୍କା ଏବଂ ନଭେମ୍ବର ୧୦ ତାରିଖରେ ୫ ହଜାର ଟଙ୍କା ଏଭଳି ସାତ ଥରରେ ୬୫ ହଜାର ଟଙ୍କା ଉଠିଥିବା ବେଳେ ମୁମ୍ବାଇ ସ୍ଥିତ ଏକ ବ୍ୟାଙ୍କରୁ ସମସ୍ତ ଟଙ୍କା ଉଠିଥିବା ବ୍ୟାଙ୍କ ଷ୍ଟେଟମେଣ୍ଟରୁ ଜଣାପଡିଛି । ଏନେଇଁ ତେନ୍ତୁଳିଖୁଣ୍ଟି ଥାନାରେ ଏକ ମାମଲା ରୁଜୁ ହୋଇଥିବା ଥାନା ଆଇ.ଆଇ.ସି ପ୍ରମୋଦ କୁମାର ନାୟକ ସୂଚନା ଦେଇଛନ୍ତି । ଏତଲା କୁ ଭିତି କରି ପୁଲିସ ତଦନ୍ତ କରୁଥୁବା ଜଣାପଡିଛି । ଏନେଇଁ ତେନ୍ତୁଳିଖୁଣ୍ଟି ଥାନା କେଶ ନଂ ୬୧/୨୦ ଅନୁଯାୟୀ ଆଇ.ଟି ଏକ୍ଟ ରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଆଇ.ଆଇ.ସି ପ୍ରମୋଦ କୁମାର ନାୟକ ତଦନ୍ତ କରୁଛନ୍ତି । ବର୍ତ୍ତମାନ ସୁବାଷ ସାହୁଙ୍କ ଏକାଉଣ୍ଟ ଖାଲି ହୋଇଯାଇଥୁବା ବେଳେ ନିଜ ଚିକିତ୍ସା ପାଇଁ ଟଙ୍କା ନଥିବା କାରଣରୁ ଚିନ୍ତା ପ୍ରକଟ କରିଛନ୍ତି ।

ସମ୍ବନ୍ଧିତ ଖବର