ଫାଇନାନ୍ସ କମ୍ପାନି କର୍ମଚାରୀଙ୍କ ଠାରୁ ୭୬ ହଜାର ଲୁଟ୍‌

ବୋଲଗଡ : ଗୁରୁବାର ଦିନ ୨ଟା ସମୟରେ ବୋଲଗଡ ଥାନା ବାଙ୍କୋଇ ଫାଣ୍ଡି ଅନ୍ତର୍ଗତ ଖାରଡପଲ୍ଲୀ ଗ୍ରାମ ମୁଣ୍ଡରେ ଏକ ଘରୋଇ ଫାଇନାନ୍ସ କମ୍ପାନିର କମର୍ଚାରୀଙ୍କ ଠାରୁ ୭୬ହଜାରଟଙ୍କା ଲୁଟ ହୋଇଥିବା ନେଇ ବୋଲଗଡ ଥାନାରେ ଅଭିଯୋଗ ହୋଇଛି। ଘଟଣାରୁ ପ୍ରକାଶ ଯେ,ଏକ ଘରୋଇ ଫାଇନାନ୍ସ କମ୍ପାନିର ପରିଚାଳକ ଭାବେ କାର୍ଯ୍ୟ କରୁଥିବା ଗଞ୍ଜାମ ଖଲିକୋଟ ଥାନା ଅନ୍ତର୍ଗତ ଗୋପପୁର ଗ୍ରାମର ମାନସ ରଞ୍ଜନ ଡାକୁଆ(୨୭) ସବୁଦିନ ଭଳି ଆଜି କଳାପଥର ଠାରେ ଥିବା ଶାଖା କାର୍ଯ୍ୟାଳୟରୁ ବାହାରି ଋଣ କିସ୍ତି ଟଙ୍କା ଆଦାୟ ପାଇଁ ପାଟପୁର ଶାସନ ପଞ୍ଚାୟତର କାଦୁଆପଡା, ପାଟପୁର ଶାସନ, ଖାରଡପଲ୍ଲୀ ଗ୍ରାମକୁ ଯାଇଥିଲେ। ଏଠାରୁ ୩ଟି ମହିଳା ଗୋଷ୍ଠୀଙ୍କ ଠାରୁ ଟଙ୍କା ଆଦାୟ କରି ଓଆର ୦୭ ଡବ୍ଲୁ ୪୩୫୧ ଯୋଗେ ଫେରୁଥିଲେ। ଖାରଡପଲ୍ଲୀ ବାଇପାସ୍‌ ଠାରୁ ୨ଶହ ମିଟର ଦୂର ବୁଲାଣୀ ଠାରେ ହଠାତ୍ ୬ଜଣ ଦୁର୍ବୁତ୍ତ ୩ଟି କଳା ପଲସର ଗାଡିରେ ଆସି ରାସ୍ତା ଅବରୋଧ କରି ତାଙ୍କୁ ଅଟକାଇ ଥିଲେ। ଏହି ସମୟରେ ୩ଜଣ ଦୁର୍ବୁତ୍ତ ମାନସକୁ ନିସ୍ତୁକ ମାଡ ମାରି ଭୁଜାଲି, ବନ୍ଧୁକ ଦେଖାଇ ୭୬ ହଜାର ଟଙ୍କା ଥିବା ବ୍ୟାଗ ସହିତ ଏକ ଟାବ୍‌ , ୨ଟି ସିମକାର୍ଡ , ଏକ ସ୍କାନର ଏବଂ ଗାଡିର ଚାବିନେଇ ପଳାଇଯାଇଥିଲେ। ପରେ ଏ ନେଇ ମାନସ ବାଙ୍କୋଇ ଫାଣ୍ଡିରେ ଅଭିଯୋଗ କରିଥିଲେ। ବୋଲଗଡ଼ ଥାନା ଅଧିକାରି ଶେଖ୍ ଆକବର ଅଲ୍ଲୀ ଘଟଣାର ତଦନ୍ତ କରୁଛନ୍ତି।

ସମ୍ବନ୍ଧିତ ଖବର