ଭୁବନେଶ୍ୱର: ମହାମାରୀ କରୋନା ଭାଇରସ ଯୋଗୁଁ ଲକଡାଉନ ଜାରି ଥିବା ବେଳେ ବୁଲା ପଶୁମାନେ ଖାଇବାକୁ ପାଉ ନାହାନ୍ତି । ଏଭଳି ସ୍ଥିତିରେ ବୁଲା ପଶୁମାନଙ୍କୁ ଖାଦ୍ୟ ଦେବା ପାଇଁ ରାଜ୍ୟ ସରକାର ଆଗେଇ ଆସିଛନ୍ତି । ଏଥି ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୮୦ ଲକ୍ଷ ୧୮ ହଜାର ଟଙ୍କା ଦିଆଯାଇଛି । ଏହି ଟଙ୍କା ରାଜ୍ୟର ୫ଟି ନଗର ନିଗମ, ୪୮ଟି ପୌରପାଳିକା ଓ ୬୧ଟି ବିଜ୍ଞାପତି ଅଞ୍ଚଳ ପରିଷଦରେ ଖର୍ଚ୍ଚ ହେବ । ଏଥିରୁ ଭୁବନେଶ୍ୱର ମହାନଗର ନିଗମ ପାଇଁ ୩ ଲକ୍ଷ ୮୦ ହଜାର ଟଙ୍କା ଅନୁଦାନ ମିଳିଛି ।
ବୁଲା ପଶୁଙ୍କୁ ଖାଦ୍ୟ ଯୋଗାଇବାକୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ୮୦ ଲକ୍ଷ ଅନୁଦାନ
/sambad/media/post_attachments/wp-content/uploads/2020/04/cow.jpg)
/sambad/media/agency_attachments/2024-07-24t043029592z-sambad-original.webp)