ପୂର୍ବତନ ବିଧାୟକଙ୍କ ଠାରୁ ୮୦ ହଜାର ଟଙ୍କା ଲୁଟ୍‌ ଅଭିଯୋଗ

ରାଇରଙ୍ଗପୁର/ବାସିଙ୍ଗୀ: ପୂର୍ବତନ ବିଧାୟକଙ୍କ ଠାରୁ ପାଖାପାଖି ଏକ ଲକ୍ଷ ଟଙ୍କା ଲୁଟ୍‌ କଲେ ଦୁର୍ବୃତ୍ତ। ଆଜି ସ୍ପଷ୍ଟ ଦିବାଲୋକରେ ଲୁଟ୍‌ର ଶିକାର ହୋଇଛନ୍ତି ରାଇରଙ୍ଗପୁରର ପୂର୍ବତନ ବିଧାୟକ । ଏପରି ଏକ ଅଘଟଣ ଘଟିଛି ମୟୂରଭଞ ଜିଲ୍ଲା ବହଳଦା ଥାନା ଅନ୍ତର୍ଗତ ବ୍ରାହ୍ମଣବୋଷ ଗ୍ରାମ ନିକଟରୋ

ସୂଚନା ଅନୁଯାୟୀ ପୂର୍ବତନ ବିଧାୟକ ସାଇବା ସୁଶିଳ କୁମାର ହାଁସଦାଃ ଗମ୍ଭାରିଆରେ ଥିବା ତାଙ୍କ ସମ୍ପର୍କୀୟଙ୍କ ଠାରୁ ନଗଦ ୮୦ ହଜାର ଟଙ୍କା ନେଇ ଏକ ସ୍କୁଟି ଯୋଗେ ତାଙ୍କ ଗ୍ରାମ ବ୍ରାହ୍ମଣବୋଷକୁ ଫେରୁଥିଲେ । ତେବେ ଘରକୁ ଯିବା ବାଟରେ ଏକ ଶୁନଶାନ୍‌ ସ୍ଥାନରେ ତିନିଜଣ ଦୁର୍ବୃତ୍ତ ଏକ କଳା ରଙ୍ଗର ପଲସର୍‌ ବାଇକ୍‌ରେ ଆସି ପୂର୍ବତନ ବିଧାୟକଙ୍କୁ ଆକ୍ରମଣ କରିବା ସହିତ ତାଙ୍କ ପାଖରେ ଥିବା ୮୦ ହଜାର ଟଙ୍କା ଲୁଟିନେଇ ଦ୍ରୁତଗତିରେ ଖସି ପଳାଇ ଯାଇଥିଲେ ।

ତେବେ ବହଳଦା ମେଡିକାଲ୍‌ରେ ତାଙ୍କର ପ୍ରାଥମିକ ଚିକିତ୍ସା କରାଯିବା ପରେ ବହଳଦା ଥାନା ପୁଲିସକୁ ଖବର ଦିଆଯାଇଥିଲାା ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଥିବା ବେଳେ ସ୍ପଷ୍ଟ ଦିବାଲୋକରେ ବାରମ୍ବାର ଏପରି ଲୁଟ୍‌ ଘଟଣାକୁ ନେଇ ସାଧାରଣରେ ପୁଲିସର କାର୍ଯ୍ୟଦକ୍ଷତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏନେଇ ବହଳଦା ଥାନାରେ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଛିା ତେବେ ବାମନଘାଟୀ ଉପଖଣ୍ଡର ସମସ୍ତ ଥାନା ଅଂଚଳରେ ପୁଲିସ କଡ଼ା ନଜର ରଖିଛି ।

ସମ୍ବନ୍ଧିତ ଖବର